ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟସିଟି ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ଝିଅକୁ କମେଣ୍ଟ ମାରି ଛେଚା ଖାଇଲା ରୋଡ୍‌ ରୋମିଓ। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୋକେ ଘେରିଗଲେ ଏବଂ ରୋଡ୍‌ ରୋମିଓକୁ ପୋଲିସ ଜିମା ଦେଲେ। ଏହା ହେଉଛି ଭୁବନେଶ୍ୱର ଜଗନ୍ନାଥନଗରର ଚିତ୍ର।

ସୋମବାର ଦିନ ବେଳେ ଜଣେ ଝିଅ ତାଙ୍କ ସ୍କୁଟିରେ ହେଲମେଟ୍‌ ପିନ୍ଧି ଅଫିସ ଆସୁଥିଲେ। ହଠାତ୍ ତାଙ୍କ ପଛରେ ଦୁଇ ଜଣ ପୁଅ ବାଇକରେ ପିଛା କରିଥିଲେ। ଝିଅ ଯୁଆଡ଼େ ଗଲେ ତାଙ୍କ ପଛରେ ଏହି ଦୁଇ ଯୁବକ ପିଛା କରିଥିଲେ।

ଦୁଇ ଯୁବକ ତାଙ୍କୁ ପିଛା କରୁଥିବା ଝିଅ ଜଣକ ଜାଣିପାରିଲେ। ଶେଷରେ ସେ ଦୁଇ ରୋଡ୍‌ ରୋମିଓଙ୍କୁ ରାସ୍ତାରେ ଖେଳେଇଥିଲେ।

ଝିଅ ତାଙ୍କ ସ୍କୁଟିକୁ ଜାଣି ଜାଣି ସ୍ଲୋ କରୁଥିଲେ। ସେହି ଯୁବକ ଦୁଇ ଜଣ ବି ତାଙ୍କ ବାଇକ୍‌ ସ୍ଲୋ କରୁଥିଲେ। ଝିଅ ସ୍କୁଟି ସ୍ପିଟ୍‌ କରିବା ବେଳେ ଦୁଇ ରୋଡ୍‌ ରୋମିଓ ବି ବାଇକ୍ ସ୍ପିଟ୍‌ କରୁଥିଲେ।

ଶେଷରେ ଝିଅ ଜଣକ ଜଗନ୍ନାଥ ନଗରର ଏକ ଗଳିରେ ନିଜ ଗାଡ଼ିକୁ ନେଇଥିଲେ। ସେହି ଯୁବକମାନେ ବି ତାଙ୍କୁ ପିଛା କରିଥିଲେ। ମଝିରେ ମଝିରେ ରୋଡ୍‌ ରୋମିଓ ଝିଅଙ୍କୁ କମେଣ୍ଟ ମଧ୍ୟ ମାରୁଥିଲେ।

ଏଥିରେ ଅତିଷ୍ଠ ହୋଇଗଲେ ଝିଅ ଜଣକ। ମନରେ ସାହସ ବାନ୍ଧିଲେ। ସ୍କୁଟି ରଖି ରାସ୍ତାକୁ ଓହ୍ଲାଇଲେ। ରୋଡ୍‌ ରୋମିଓଙ୍କ ଗାଡ଼ିକୁ ଅଟକାଇ ବହେ ଛେଚିଲେ। ବିଧା, ଗୋଇଠା ମାରି ଚାଲିଲେ। ରୋଡ୍‌ ରୋମିଓ ହାତ ଯୋଡ଼ି ଭୁଲ୍‌ ମାଗୁଥିଲେ ମଧ୍ୟ ସେ ଶୁଣି ନଥିଲେ। ବହେ ଛେଚିଥିଲେ।

ଶେଷରେ ସ୍ଥାନୀୟ ଲୋକେ ଦୁଇ ରୋଡ୍‌ ରୋମିଓଙ୍କୁ ଘେରିଗଲେ। ସେମାନେ ନିର୍ଧୁମ ମାଡ଼ ମାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ରୋଡ୍‌ ରୋମିଓଙ୍କୁ ଥାନାକୁ ନେଇଯାଇଛି।

Comment