ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରି ଦିଆଯାଇଛି। ଏଭଳି ଅଭିଯୋଗ ନବରଙ୍ଗପୁରରୁ ଆସିଛି।

କୋଷଗୁମୁଡ଼ା ବ୍ଲକ, ବାମିନି ପଞ୍ଚାୟତ, ବିଗୁମୁଡ଼ିଲିରେ ଗାଁର ଜଣେ ୧୬ ବର୍ଷୀୟା ଝିଅ ଗତକାଲି ରାତିରେ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ। ଆଜି ବିଲ ମଝିରେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ବାହାରକୁ ଯାଇଥିବା ବେଳେ ତାଙ୍କୁ କେହି ଅପହରଣ କରି ବିଲ ମଝିରେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଜି ନାବାଳିକାଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଦୁଇଟି ପୁରୁଷ ପ୍ୟାଣ୍ଟ ଜବତ କରିଛି।

Comment