ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୧୬ ବର୍ଷ ବୟସରେ ଇତିହାସ ରଚିଛନ୍ତି ମନୁ ଭାକର। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ମନୁ ୨୪୦.୯ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଉପରେ କବ୍ଜା କରିଛନ୍ତି। ଏଥିସହ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ମଧ୍ୟ କରିଛନ୍ତି।

ଏହି ଇଭେଣ୍ଟରେ ଭାରତର ଅନ୍ୟତମ ସୁଟର୍ ହୀନା ସିଦ୍ଧୁ ରୌପ୍ୟ ପଦକ ହାସଲ କରିଛନ୍ତି। ହରିଆଣାର ସୁଟର୍ ମନୁ ନିଜର ସ୍ୱର୍ଣ୍ଣ ପଦକ ମଧ୍ୟରେ ଦୁଇଟି ନୂଆ ରେକର୍ଡ କରିଛନ୍ତି। ସେ ବକ୍ସିଂ ଓ ମାର୍ଶାଲ ଆର୍ଟରେ ମଧ୍ୟ ପଦକ ଜିତିଛନ୍ତି । ବକ୍ସିଂରେ ମନୁଙ୍କ ଆଖିରେ ଆଘାତ ଲାଗିବା ପରେ ସେ ଏହି କ୍ରୀଡ଼ା ଛାଡ଼ି ଦେଇଥିଲେ।
ଦୁଇବର୍ଷ ପୂର୍ବେ ପିତା ରାମକିଶନ ମନୁଙ୍କ ହାତରେ ବନ୍ଧୁକ ଧରାଇଥିଲେ। ମନୁ ସ୍କୁଲରେ ଥିବା ଏକାଡେମୀରେ ପାଠପଢ଼ା ଶେଷ କରିବା ପରେ ପ୍ରତିଦିନ ୬ରୁ ୭ ଘଣ୍ଟା ସୁଟିଂ ଅଭ୍ୟାସ କରୁଥିଲେ। ମନୁଙ୍କୁ ସୁଟର୍ କରିବା ପାଇଁ ପିତା ରାମକିଶନ୍ ନିଜର ଚାକିରି ଛାଡ଼ି ଦେଇଥିଲେ। ମନୁଙ୍କୁ ପ୍ରାକ୍ଟିସ୍ କରିବା ପାଇଁ ବିଦେଶରୁ ଏକ ବନ୍ଧୁକ ଆଣିବା ପାଇଁ ଲାଇସେନ୍ସ ଆବଶ୍ୟକ ହେଉଥିଲା।
ଜିଲ୍ଲା ପ୍ରଶାସନ ତାଙ୍କର ଲାଇସେନ୍ସ ରଦ୍ଦ କରିଦେଇଥିଲେ। ପରେ ସୋସିଆଲ ମିଡିଆରେ ଏହି ଖବର ପ୍ରକାଶିତ ହେବା ପରେ ତାଙ୍କୁ ତୁରନ୍ତ ଲାଇସେନ୍ସ ପ୍ରାପ୍ତ ହୋଇଥିଲା