ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରର କଠୁଆ ଗଣବଳାତ୍କାର ଓ ଉତ୍ତର ପ୍ରଦେଶର ଉନ୍ନାଓ ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଜଣେ ୮ ବର୍ଷୀୟା ଝିଅଙ୍କୁ କିଭଳି ଗଣବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା କ୍ରାଇମ୍‌ବ୍ରାଞ୍ଚ ପୋଲିସର ଚାର୍ଜସିଟ ପରେ ତାହା ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଦେଶବ୍ୟାପୀ ବିକ୍ଷୋଭ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।

ଫଳରେ ଦେଶରେ ଶିଶୁଙ୍କୁ ବଳାତ୍କାର, ଯୌନ ଶୋଷଣ ଓ ଉତ୍ପୀଡ଼ନ ଭଳି ଜଘନ୍ୟ ଅପରାଧରୁ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ‘ପ୍ରୋଟେକ୍‌ଶନ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍ସ(ପୋକ୍ସୋ) ଆକ୍ଟ, ୨୦୧୨ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି। ଶନିବାରଦିନ ଏହି ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ପୋକ୍ସୋ ଆଇନ୍‌ କ’ଣ?

ପୋକ୍ସୋ ଶବ୍ଦ ଇଂରାଜୀ ଭାଷାରୁ ଆସିଛି। ଏହାର ଅର୍ଥ ହେଉଛି ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନସ୍‌ ଅଧିନିୟମ-୨୦୧୨। ଶିଶୁଙ୍କ ବିରୋଧରେ ହୋଇଥିବା ବିଭିନ୍ନ ପ୍ରକାର ଶୋଷଣକୁ ଆଖି ଆଗରେ ରଖି ଭାରତ ସରକାର ୨୦୧୨ରେ ପୋକ୍ସୋ ଆଇନ ପ୍ରଣୟନ କରାଯାଇଥିଲା।

ଆସନ୍ତୁ ଜାଣିବା ପୋକ୍ସୋ ଆଇନରେ କ’ଣ ରହିଛି ନିୟମ…

  • ପୋକ୍ସୋ ଅର୍ଥାତ ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସଉଆଲ ଅଫେନସ୍‌ ଅଧିନିୟମ ୨୦୧୨ ଲାଗୁ କରାଯାଇଥିଲା।
  • ଏହି ଆଇନ ୧୮ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଯୌନ ଶୋଷଣ, ଦୁଷ୍କର୍ମ ଓ ପର୍ଣ୍ଣଗ୍ରାଫି ସୁରକ୍ଷା ପ୍ରଦାନ କରିଥାଏ।
  • ଏହି ଆଇନର ଧାରା ୩, ୪ ଓ ୬ ଅନୁସାରେ ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।
  • ଧାରା ୪ରେ ଦୁଷ୍କର୍ମ ଅପରାଧ। ଧାରା ୬ରେ ଦୁଷ୍କର୍ମ ପରେ ଆଘାତ ଓ ଧାରା ୭ ଓ ୮ରେ ଗୁପ୍ତାଙ୍ଗରେ ଆଘାତ ସମ୍ପର୍କିତ ତଥ୍ୟ ରହିଛି।
  • ଏହି ଆଧାରରେ ଅଭିଯୁକ୍ତଙ୍କୁ ୭ ବର୍ଷ ଅଥବା ଆଜୀବନ କାରାଦଣ୍ଡ ହୋଇପାରେ।
  • ଯୌନ ଶୋଷଣ, ଯୌନ ସମ୍ବନ୍ଧିତ ଚିତ୍ର, ଶିଶୁଙ୍କୁ ସମସ୍ତ କ୍ଷେତ୍ରରେ ଆଇନ ସହାୟତା ଯୋଗାଇବା ହେଉଛି ଏହି ଆଇନର ମୂଳଲକ୍ଷ୍ୟ।
  • ଏହାଛଡ଼ା ଶିଶୁଙ୍କ ସହ ବନ୍ଧୁତ୍ଵ ପୂର୍ଣ୍ଣ ଭାବରେ ଯୋଗାଯୋଗ ରଖି ଅଭିଯୋଗକୁ ଗ୍ରହଣ କରିବା, ବିଶେଷ କୋର୍ଟ ଦ୍ଵାରା ଅନୁସନ୍ଧାନକୁ ତ୍ଵରାନିତ୍ଵ କରିବା ଏହି ଆଇନରେ ଲକ୍ଷ୍ୟ ଥିଲା।
  • ପୋକ୍ସୋ ଆଇନରେ ୧୮ବର୍ଷ ପର୍ଯ୍ୟନ୍ତ ଜଣକୁ ଶିଶୁ ବୋଲି ଧରାଯିବ ବୋଲି ଉଲ୍ଲେଖ ରହିଛି।

Comment