ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ସଲ ବୋମା ବିସ୍ଫୋରଣରେ ନୂଆ ମୋଡ଼: କଲେଜ ଅଧ୍ୟାପକଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ବଲାଙ୍ଗିର ଏବଂ ପାଟଣାଗଡ଼ରେ ୧୫ ଦିନ ଧରି ଛାନ୍‌ଭିନ୍ କରି କଟକ ଫେରି ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ହଠାତ୍ ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘରୁ ଉଠାଇ ନେଇଛି। କ୍ରାଇମବ୍ରାଞ୍ଚ ହାତରେ ପାର୍ସଲ ବୋମା ବିସ୍ଫୋରଣର ବଡ଼ ସୁରାକ ଲାଗିଥିବା କୁହାଯାଉଛି।

୨୦୧୯ ପାଇଁ କଂଗ୍ରେସର ସଜବାଜ: ରୋଡମ୍ୟାପ୍ ପ୍ରସ୍ତୁତ କଲେ ନିରଞ୍ଜନ

‘କଂଗ୍ରେସ ଉଠିବ ଓଡ଼ିଶା ହସିବ’, ଏହି ନୂଆ ସ୍ଲୋଗାନ୍ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ଘର ସଜାଡ଼ିବା ଆରମ୍ଭ କରିଛନ୍ତି।  ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଭବନରେ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ନିରଞ୍ଜନ।

କେନ୍ଦ୍ରାପଡ଼ା-ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ: କଟକ ବଡ଼ ମେଡ଼ିକାଲରେ ସାଲେପୁର ପୀଡ଼ିତା

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ରାଷ୍ଟ୍ରପତି ଆଜି ଏହି ଅଧ୍ୟାଦେଶ ଉପରେ ମୋହର ମାରିଥିବା ବେଳେ ଓଡ଼ିଶାରେ ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ନାବାଳିକା କଟକ ବଡ଼ ମେଡିକାଲର ଶିଶୁ ବିଭାଗରେ ଚିକିତ୍ସିତ ହେଉଛନ୍ତି।

ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛି ବିଜେପି ସରକାର: ନବୀନ

“ଓଡ଼ିଶାର ମହାନଦୀକୁ ନେଇ ଷଡ଼ଯନ୍ତ୍ର କରାଯାଇଛି। କେନ୍ଦ୍ର ଏବଂ ଛତିଶଗଡ଼ରେ ଥିବା ବିଜେପି ସରକାର ଏହି ଷଡ଼ଯନ୍ତ୍ର କରିଛନ୍ତି। ବିଜେପି ସରକାର ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି। ଏଥିପାଇଁ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ। ବିଜେଡି କର୍ମୀ ଏବଂ ନେତାମାନେ ଗାଁ ଗାଁରେ ଏ ସମ୍ପର୍କରେ ଅବଗତ କରାନ୍ତୁ”, କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ: ଅଧ୍ୟାଦେଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମୋହର ମାରିଛନ୍ତି। ରାଷ୍ଟ୍ରପତି ମୋହର ମାରିବା ପରେ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି। ଫଳରେ ଦୁଷ୍କର୍ମ ଉପରେ ନୂଆ ନିୟମ ଆସିବ ଏବଂ ପକ୍ସୋ ଆକ୍ଟରେ ସଂଶୋଧନ ହେବ।

ବିବାଦ ଭିତରେ ବ୍ୟାଡମିଣ୍ଟନ ଏକାଡେମୀକୁ ପୂରିଲା ବର୍ଷେ

ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ନୂତନ ଭାବେ ଗଠିତ ଖେଳ ସଂସ୍ଥା ଭିତରେ ଝଗଡାଝାଣ୍ଟି ଏହି ମହତ ଉଦ୍ଦେଶ୍ୟ ଉପରେ ଥଣ୍ଡା ପାଣି ପକାଇବା ଭଳି ଅନୁଭବ ହେଉଛି।

Comment