ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚର୍ଚ୍ଚାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। ଭାରତୀୟ ନ୍ୟାୟପାଳିକା ଇତିହାସରେ ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବାରୁ ସାରା ଦେଶ ହୁଲସ୍ତୁଲ୍ ହେଉଛି। କଂଗ୍ରେସ ସମେତ ୬ଟି ବିରୋଧୀ ଦଳ ଏହି ମହାଭିଯୋଗ ପ୍ରସ୍ତାବ ଆଣିଥିବାରୁ ଜାତୀୟ ରାଜନୀତିରେ ସୃଷ୍ଟି ହୋଇଛି କମ୍ପନ।

ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଖାରଜ କରି ଦେଇଥିବାରୁ କଂଗ୍ରେସ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛି। ତେବେ ୭ଟି ବିରୋଧୀ ଦଳର ଟାର୍ଗେଟରେ ରହିଥିବା ଜଷ୍ଟିସ ଦୀପକ ମିଶ୍ର କିଏ ସେ ସମ୍ପର୍କରେ ଜାଣନ୍ତୁ ଏହି ରିପୋର୍ଟରୁ।

  • ପ୍ରଖ୍ୟାତ କବି ସ୍ୱର୍ଗତ ଗୋଦାବରୀଶ ମିଶ୍ରଙ୍କ ନାତି ଏବଂ ବାଣପୁରର ପୂର୍ବତନ ବିଧାୟକ ରଘୁନାଥ ମିଶ୍ରଙ୍କ ପୁଅ ହେଉଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର।
  • ୧୯୫୩ ଅକ୍ଟୋବର ୩ ତାରିଖରେ ବାଣପୁରରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ଦୀପକ ମିଶ୍ର।
  • ବାଣପୁରସ୍ଥିତ ଗୋଦାବରୀଶ ବିଦ୍ୟାପୀଠରେ ସେ ସ୍କୁଲ ଶିକ୍ଷା ଶେଷ କରି କଟକ ଆସିଥିଲେ।
  • ୧୯୭୭ ଫେବ୍ରୁଆରି ୧୪ରେ ଓଡ଼ିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ଜଷ୍ଟିସ ମିଶ୍ର।
  • ୧୯୯୬ରେ ଜଷ୍ଟିସ ମିଶ୍ର ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଥିଲେ।
  • ମଧ୍ୟପ୍ରଦେଶ ହାଇକୋର୍ଟରେ ୧୯୯୭ ଡିସେମ୍ବର ୧୯ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
  • ୨୦୦୯ ଡିସେମ୍ବରରେ ସେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ଦିଲ୍ଲୀ ହାଇକୋର୍ଟକୁ ବଦଳି ହୋଇ ଆସିଲେ।
  • ଦିଲ୍ଲୀ ହାଇକୋର୍ଟ ପରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ
  • ସୁପ୍ରିମକୋର୍ଟରେ ୧୪ ମାସ ରହିବା ପରେ ୨୦୧୭ ଅଗଷ୍ଟ ୨୮ରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି।
  • ଜଷ୍ଟିସ ଦୀପକ ମିଶ୍ରଙ୍କ ଦାଦା ରଙ୍ଗନାଥ ମିଶ୍ର ୧୯୯୦ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୧୪ ମାସ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।
  • ଜଷ୍ଟିସ ଦୀପକ ମିଶ୍ରଙ୍କ ବଡ଼ବାପା ଲୋକନାଥ ମିଶ୍ର ୧୯୬୦ରୁ ୧୯୭୮ ପର୍ଯ୍ୟନ୍ତ ରାଜସଭ୍ୟ ସଦସ୍ୟ ରହିଥିଲେ। ଏହାସହ ସେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ।
  • ଜଷ୍ଟିସ ଦୀପକ ମିଶ୍ର ୨୦୧୮ ଅକ୍ଟୋବର ୨ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେବେ।

Comment