ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ବର୍ଷ ତଳର ଦୁଷ୍କର୍ମ ମାମଲାର ଆଜି ହୋଇଛି ବଡ଼ ଫଇସଲା। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ହୋଇଛି ଆଜୀବନ ଜେଲ୍। ଏହାସହ ଆଶାରାମଙ୍କ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ତେବେ କେଉଁ ତାରିଖରେ କ’ଣ ଘଟିଥିଲା ଜାଣନ୍ତୁ ଏହି ରିପୋର୍ଟରୁ।

୧୫ ଅଗଷ୍ଟ ୨୦୧୩: ଯୋଧପୁରର ମଣାଇ ଗାଁ ନିକଟସ୍ଥ ଫାର୍ମ ହାଉସ୍‌ରେ ରାତିରେ ଘଟିଥିଲା ଏକ ଅଭାବନୀୟ ଘଟଣା। ସେହି ଫାର୍ମ ହାଉସ୍‌ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା।

୧୯ ଅଗଷ୍ଟ ୨୦୧୩: ପୀଡ଼ିତା ଏବଂ ତାଙ୍କ ବାପା-ମା’ ନୂଆଦିଲ୍ଲୀର କମଳାନଗର ଥାନାରେ ରାତି ୧୧ଟା ୫୫ ମିନିଟ୍‌ରେ ଆଶାରାମଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେହି ରାତିରେ ପୋଲିସ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ। ରାତି ୨ଟା୪୫ରେ ମାମଲା ରୁଜୁ ହୋଇଥିଲା।

୨୦ ଅଗଷ୍ଟ ୨୦୧୩: ଆଇପିସି ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ ଏବଂ ଏହି ଏଫ୍‌ଆଇଆର୍‌କୁ ଯୋଧପୁର ଥାନାକୁ ପଠାଯାଇଥିଲା।

୨୧ ଅଗଷ୍ଟ ୨୦୧୩: ଯୋଧପୁର ଥାନାରେ ଆସାରାମ ବାପୁଙ୍କ ବିରୋଧରେ ଆଇପିସି ଧାରା ୩୪୨, ୩୭୬, ୩୫୪(ଏ), ୫୦୬, ୫୦୯, ୧୩୪ରେ ମାମଲା ରୁଜୁ ହୋଇଥିଲା।

୩୧ ଅଗଷ୍ଟ ୨୦୧୩: ମାମଲା ରୁଜୁ ହେବା ପରେ ଯୋଧପୁର ପୋଲିସର ଏକ ଟିମ୍ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରୁ ଆଶାରାମଙ୍କୁ ଗିରଫ କରିଥିଲା। ପକ୍ସୋ ଆକ୍ଟ ଧାରା ୮ ଅନୁସାରେ ମାମଲା ରୁଜୁ ହୋଇଥିଲା।

୧୩ ଫେବ୍ରୁଆରି ୨୦୧୪: କୋର୍ଟ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶାରାମ, ସହ ଅଭିଯୁକ୍ତ ଶିଳ୍ପୀ, ଶରଦ, ପ୍ରକାଶଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲା।

୪ ଅକ୍ଟୋବର ୨୦୧୬: କୋର୍ଟରେ ଆଶାରାମ ବାପୁଙ୍କ ବୟାନ ରେକର୍ଡ କରାଯାଇଥିଲା।

୨୫ ଏପ୍ରିଲ ୨୦୧୮: କୋର୍ଟ ପୂରା ଘଟଣା ଜାଣିବା ପରେ ୨୫ ତାରିଖରେ ରାୟ ଶୁଣାଇଥିଲେ। ଏହି ମାମଲାରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Comment