ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୫ବର୍ଷ ବୟସରେ ଷ୍ଟଣ୍ଟ୍ କରୁଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ। ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ରେ ଷ୍ଟଣ୍ଟ୍ କରୁଥିବାର ନଜର ଆସିବେ ଅମିତାଭ।

ଅମିତାଭ ବଚ୍ଚନଙ୍କ ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ରେ ଷ୍ଟଣ୍ଟ୍ କରୁଥିବାର ନଜର ଆସିବେ। ଚଳଚ୍ଚିତ୍ରର ଡିମାଣ୍ଡକୁ ଲକ୍ଷ୍ୟ ରଖି ବିଗ୍‌-ବି ଏହି ଚଳଚ୍ଚିତ୍ରରେ ବହୁ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରିଛନ୍ତି। ଏହି ସମୟରେ ସେ ଆହତ ହୋଇଥିବା ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ପରେ ସୁସ୍ଥ ହୋଇ ପୁଣି ଥରେ ସୁଟିଂକୁ ଫେରିଥିଲେ ଅମିତାଭ।

ନିକଟରେ ‘୧୦୨ ନଟ୍‌ ଆଉଟ୍‌’ ଫିଲ୍ମର ପ୍ରମୋଶନ ଅବସରରେ ଅମିତାଭ କହିଛନ୍ତି, “ଏ ବୟସରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରିବା ଖୁବ୍ କଷ୍ଟକର। କିନ୍ତୁ ଜଣେ କଳାକାର ହିସାବରେ ମୁଁ ସବୁ ରୋଲ୍‌ରେ ନିଜକୁ ଫିଟ୍‌ ରଖିବାକୁ ଚେଷ୍ଟା କରୁଛି। ଏହା ସତ ଯେ, ଏଭଳି ଷ୍ଟଣ୍ଟ୍ କରିବାକୁ ଶରୀର ମୋତେ ଆଉ ଅନୁମତି ଦେଉନାହିଁ। କିନ୍ତୁ ମୁଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି”।

ମହାନାୟକ ଅମିତାଭ ବଚ୍ଚନ ଓ ରୋମାଣ୍ଟିକ୍‌ ହିରୋ ଋଷି କପୁର ୨୭ ବର୍ଷ ପରେ ପରଦା ଉପରେ ପୁଣିଥରେ ଧୁମ୍‌ ମଚାଇବାକୁ ପ୍ରସ୍ତୁତ ହେଉଛନ୍ତି। ଶେଷଥର ପାଇଁ ଏହି ଯୋଡ଼ି ୧୯୯୧ରେ ଆସିଥିବା ଫିଲ୍ମ ‘ଅଜୁବା’ରେ ନଜର ଆସିଥିଲେ।

‘୧୦୨ ନଟ୍‌ ଆଉଟ୍‌’ ଫିଲ୍ମ ଜରିଆରେ ପୁଣି ଥରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ ବିଗ୍‌ ବି ଓ ଋଷି କପୁର। ଦୁହେଁ ମିଶି ଏହି ଚଳଚ୍ଚିତ୍ର ପାଇଁ ଗୋଟିଏ ଗୀତ ମଧ୍ୟ ଗାଇବେ।

ଚଳଚ୍ଚିତ୍ରର ପ୍ରଥମ ଟିଜର ରିଲିଜ ହୋଇଥିବା ବେଳେ ଏଥିରେ ଦୁହେଁ ବୁଢ଼ା ହୋଇଯାଇଥିବା ବାପ-ପୁଅଙ୍କର ଚରିତ୍ରରେ ଦେଖାଯାଇଛନ୍ତି।

ଚଳଚ୍ଚତ୍ରଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏଥିରେ ଋଷି ଏବଂ ଅମିତାଭ ଦୁହେଁ ଏକ ଭିନ୍ନ ଲୁକରେ ଦେଖାଦେବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ଟିଜରରେ ଅମିତାଭ ଏବଂ ଋଷି ବୁଢ଼ା ବାପା-ପୁଅର ଚରିତ୍ରରେ ଦେଖାଯାଉଛନ୍ତି। ଏତେ ବୟସ ହୋଇଥିବା ପରେ ମଧ୍ୟ ଦୁହେଁ ଜୀବନର ଭରପୁର ମଜା ଉଠାଉଥିବାର ଦେଖାଯାଉଛନ୍ତି।

ପୂର୍ବରୁ ବିଗ୍‌ ବି ଓ ଋଷି ମିଶି ‘ଅମର ଆକ୍‌ବର ଆନ୍ଥୋନୀ’, ‘କୁଲି’ ଓ ‘ନସିବ୍‌’ ଭଳି ସୁପର୍‌ହିଟ୍‌ ଚଳଚ୍ଚିତ୍ରରେ ନଜର ଆସି ସାରିଛନ୍ତି।

ଟିଜରରେ ଅମିତାଭ ଏକ ସଂଳାପରେ କହିଛନ୍ତି, ‘ମୁଁ ଦୁନିଆର ପ୍ରଥମ ବାପା ଯିଏ ନିଜ ପୁଅକୁ ବୃଦ୍ଧାଶ୍ରମକୁ ପଠାଉଛି।’ ଏହି ସମୟରେ ଋଷି କପୁର  କାନ୍ଦୁଥିବାର ଦେଖାଯାଉଛି। ତେବେ ଟିଜରରୁ ଜଣାପଡ଼ୁଛି କି ଚଳଚ୍ଚିତ୍ରଟିର କାହାଣୀ ନିଶ୍ଚିତଭାବେ ଭିନ୍ନ ହୋଇଥିବ।

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ‘ଓଃ ମାଇ ଗଡ’ର ନିର୍ଦ୍ଦେଶକ ଉମେଶ ଶୁକ୍ଳା ଥିବାବେଳେ ଏହା ଚଳିତବର୍ଷ ମେ ୪ ରିଲିଜ ହେବ।

Comment