ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ର ମହାନାୟକ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ କରୋନା। ଏନେଇ ଖବର ଆସିବା ପରେ ପୂରା ବଲିଉଡ୍‌ ଜଗତ ହଲ୍‌ଚଲ୍‌ ହୋଇଯାଇଛି। ଅମିତାଭଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଚ୍ଚନ ନିଜେ ତାଙ୍କ ଟୁଇଟରରେ ଏକଥା ଉଲ୍ଲେଖ କରି ସୂଚନା ଦେଇଛନ୍ତି।

CGU new‘‘କରୋନା ଆକ୍ରାନ୍ତ ହୋଇଥିବାରୁ ମତେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୋ’ ପରିବାର ସଦସ୍ୟ ଏବଂ ଅଫିସ୍‌ର ଅନ୍ୟ କର୍ମଚାରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ଗତ ୧୦ ଦିନ ଭିତରେ ମୋ’ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନେ ବି କରୋନା ଟେଷ୍ଟିଂ କରାଇ ନିଅନ୍ତୁ’’, କହିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ।

Comment