ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ ମାରାଥନ ଜେରା: ଧିରେଧିରେ ସ୍ପଷ୍ଟ ହେଉଛି କଳା କାରନାମାର ଚିତ୍ର

ପାଟଣାଗଡ଼ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ଭଇଁସା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରି ୬ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଟିମ୍। ଜେରାବେଳେ ବହୁ ଗୁରୁତ୍ଵପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାରଦିନ ମଧ୍ୟ ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି ପୁଞ୍ଜିଲାଲ।

ଐତିହାସିକ ଚୀନ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ: ପାରମ୍ପରିକ ନୃତ୍ୟରେ ମୋଦିଙ୍କୁ ସ୍ଵାଗତ କଲା ଚୀନ

ଦୁଇଦିନିଆ ଚୀନ ଗସ୍ତରେ ଯାଇଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଦୁଇ ଦେଶର ବିକାଶ ଉପରେ ଆଲୋଚନା ଆରମ୍ଭ ହୋଇଛି।

ଓଡ଼ିଶାରେ ପ୍ରତିଷ୍ଠା ହେବ ୩ଟି ନୂଆ ପ୍ଲାନେଟୋରିୟମ୍‌

ରାଜ୍ୟରେ ଆଉ ତିନିଟି ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବ। ଗୋପାଳପୁର, ରାୟଗଡ଼ା ଓ ବାରିପଦାରେ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବିଧାନସଭାରେ ସୂଚନା ଦେଇଛନ୍ତି।

ବିଜେଡିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ

ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେବା ଗମାଙ୍ଗ। ଦଳ ମଧ୍ୟରେ କ୍ରମାଗତ ଭାବେ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ଶୁକ୍ରବାରଦିନ ହେମା ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି।

ବିଶ୍ଵର ଦୁଇ ବଡ଼ ଶତ୍ରୁଙ୍କ ମହାମିଳନ: ୭୦ବର୍ଷ ପରେ ଦକ୍ଷିଣ କୋରିଆରେ ପହଞ୍ଚିଲେ ଉତ୍ତର କୋରିଆ ନେତା

ବିଶ୍ଵର ଦୁଇ ବଡ଼ ଶତ୍ରୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଦୀର୍ଘ ଦିନ ଧରି ଚାଲିଥିବା ବିବାଦକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ୭୦ବର୍ଷ ପରେ ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି ଉତ୍ତର କୋରିଆର କୌଣସି ନେତା।

 

 

Comment