ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଭିଲ ସର୍ଭିସ ପରୀକ୍ଷାରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ପରୀକ୍ଷାର୍ଥୀ। ଭୁବନେଶ୍ୱରର ଶୁଭଙ୍କର ମହାପାତ୍ର ୪୬ତମ ରାଙ୍କରେ ରହିଥିବା ବେଳେ ଭଞ୍ଜନଗରର ବବିତା ରହିଛନ୍ତି ୪୦୧ ରାଙ୍କରେ।

ସିଭିଲ ସର୍ଭିସ ପରୀକ୍ଷା- ୨୦୧୭ରେ କମାଲ୍ କରିଛନ୍ତି ଓଡ଼ିଆ ପୁଅ ଶୁଭଙ୍କର ମହାପାତ୍ର। ଏହି ପରୀକ୍ଷାରେ ସେ ୪୬ତମ ସ୍ଥାନରେ ରହିଛନ୍ତି। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି।

ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀବିହାରରେ ରହୁଛନ୍ତି ଶୁଭଙ୍କର। ଆଇଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବାରୁ ସେ ଖୁସି ହୋଇଛନ୍ତି। କରୁଣାକର ମହାପାତ୍ର ଏବଂ ସନ୍ଧ୍ୟା ମହାପାତ୍ରଙ୍କ ପୁଅ ହେଉଛନ୍ତି ଶୁଭଙ୍କର।

ଏହି ସଫଳତା ସମ୍ପର୍କରେ ଶୁଭଙ୍କର କହିଛନ୍ତି, “ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ସିଭିଲି ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ସେ ଦିନକୁ ୮ ଘଣ୍ଟା ପରିଶ୍ରମ କରୁଥିଲେ।

ଏହା ପୂର୍ବରୁ ୨୦୧୫ରେ ଆଇଆର୍‌ଏସ୍‌ ଏବଂ ୨୦୧୬ରେ ଆଇପିଏସ୍‌ ପାଇଥିଲେ। କିନ୍ତୁ ଏହି ଚାକିରୀରେ ସେ ଯୋଗ ଦେଇ ନଥିଲେ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ପାଇବା ପାଇଁ ସେ ଚାହୁଁଥିଲେ।

ଭୁବନେଶ୍ୱରର ଶୁଭଙ୍କରଙ୍କ ପରି ଭଞ୍ଜନଗରର ବବିତା ସ୍ୱାଇଁ ମଧ୍ୟ ସିଭିଲ ସର୍ଭିସ ପରୀକ୍ଷାରେ ପାଇଛନ୍ତି ସଫଳତା। ସେ ୪୦୧ ନମ୍ବର ରାଙ୍କରେ ଅଛନ୍ତି। ଭୁବନେଶ୍ୱର ଆଇଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିବା ବବିତା ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

Comment