ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଲେପୁର ଦୁଷ୍କର୍ମ ପୀଡ଼ିତା ନାବାଳିକାର ମୃତ୍ୟୁ ଘଟଣା ପରେ ସୋମବାରଦିନ ବିଧାନସଭାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାଲେପୁର ଦୁଷ୍କର୍ମ ପୀଡ଼ିତା ନାବାଳିକାର ମୃତ୍ୟୁ ଘଟଣା ପରେ ସୋମବାରଦିନ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି,“ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଘଟଣାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୀଡ଼ିତାଙ୍କୁ ଏସସିବି ମେଡିକାଲରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସେଠାରେ ନିୟୋଜିତ କରାଯାଇଥିଲା। ସମସ୍ତ ଚେଷ୍ଟା ସତ୍ତ୍ଵେ ତାଙ୍କ ମୃତ୍ୟୁ ଦୁଭାର୍ଗ୍ୟଜନକ”।

ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଖବରରେ ସମବେଦନା ଜଣାଇବା ସହ ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ଜୋର ଧରିଛି। କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୀଡ଼ିତାଙ୍କ ପରିବାର ଭେଟିଛନ୍ତି। ନାବାଳିକାର ମୃତ୍ୟୁ ପରେ ସାଲେପୁରରେ ଉତ୍ତେଜନା ଦେଖାଦେଇଛି। ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।

୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖିବୁଜିଥିଲେ ସାଲେପୁରର ପୀଡ଼ିତା। କଟକ ଏସ୍‌ସିବିର ଶିଶୁ ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏସ୍‌ସିବିର ୧୩ ଜଣିଆ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ। ତେବେ କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା।

ମୃତ ନାବାଳିକା ଜଣକ ମାତ୍ର ୬ ବର୍ଷ ବୟସର। ତାଙ୍କୁ ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳର ଏକ ସ୍କୁଲ ବାରଣ୍ଡାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣକ ଚକଲେଟ ଆଣିବାକୁ ଘରୁ ବାହାରକୁ ଯାଇଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ପୋଲିସ ପୂର୍ବରୁ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିଲା। ପୀଡ଼ିତାଙ୍କ ଭଉଣୀ ଏବଂ ତାଙ୍କ ବାପା ଅଭିଯୁକ୍ତକୁ ଫାଶି ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here