ଓଡ଼ିଶାଲାଇଭ୍ ବ୍ୟୁରୋ

ଭାତର ପ୍ରମୁଖ ଇକମର୍ସ କମ୍ପାନି ଫ୍ଲିପ୍କାର୍ଟ ବିକ୍ରି ହେବାକୁ ଯାଉଛି। ଏହାକୁ କିଣିବ ଆମେରିକାର ସବୁଠୁ ବଡ଼ ରିଟେଲ୍ ଚେନ୍ କମ୍ପାନି ଓ୍ୱାଲମାର୍ଟ।
ଭାରତର ପ୍ରମୁଖ ଅନଲାଇନ୍ କମ୍ପାନୀ ଫିଲ୍ପକାର୍ଟର ବିକ୍ରି ହେବାର ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆମେରିକାର ସବୁଠୁ ବଡ଼ ରିଟେଲ୍ ଚେନ୍ କମ୍ପାନି ଓ୍ୱାଲମାର୍ଟ ଏହାର ୭୫ ପ୍ରତିଶତ ଅଂଶଧନ କିଣିବ। ଫ୍ଲିପକାର୍ଟର ବୋର୍ଡ ଏହାକୁ ମଞ୍ଜୁରୀ ଦେଇଛି।। ଫ୍ଲିପ୍କାର୍ଡ ୧୫ ବିଲିୟନ ବା ୧୫୦୦ କୋଟି ଆମେରିକୀୟ ଡଲାର ଦେଇ ଓ୍ୱାଲମାର୍ଟ କିଣିବ। ଓ୍ୱାଲମାର୍ଟ ସହ ଗୁଗୁଲର ସହଯୋଗୀ କମ୍ପାନୀ ଆଲଫାବେଟ୍ ଏଥିରେ ପୁଞ୍ଜି ନିବେଶ କରିପାରେ।
ଆମେରିକା ଓ ଚୀନ ପରେ ଏବେ ଭାରତ ଏକ ବିଶାଳ ବଜାର ହୋଇ ଉଭା ହୋଇଛି। ଭାରତରେ ଆମାଜନ୍ ଏହାର ବ୍ୟବସାୟ ଆରମ୍ଭ କରିଥିବା ବେଳେ ଓ୍ୱାଲମାର୍ଟ ପଛରେ ରହିବାକୁ ଚାହୁଁନାହିଁ। ଏଥିପାଇଁ ଫ୍ଲିପ୍କାର୍ଟକୁ କିଣି ଆମାଜନକୁ ଟକ୍କର ଦେବ। ଚଳିତବର୍ଷ ଜୁନ୍ମାସରେ ଓ୍ୱାଲମାର୍ଟ କିଣିବ ବୋଲି ଜଣାପଡ଼ିଛି।
ଏହାସର ଭାରତୀୟ ବଜାରରେ ଆମେରିକା କମ୍ପାନିର ଦବଦବା ବଢ଼ିବ। ବର୍ତ୍ତମାନ ଭାରତୀୟ ବଜାରରେ ଆମାଜନ ଓ ଫ୍ଲିପକାର୍ଟର ଲୋକପ୍ରିୟତା ରହିଛି। ଆମାଜନ ଗୋଟିଏ ଆମେରିକୀୟ କମ୍ପାନି ହୋଇଥିବାବେଳେ ଫ୍ଲିପକାର୍ଟକୁ ଓ୍ୱାଲମାର୍ଟ କିଣିବା ପରେ ଭାରତ ମାର୍କେଟକୁ ଆମେରିକା କବ୍ଜା କରିଦେବ ବୋଲି କୁହାଯାଉଛି।














