ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି। ପରଦାରେ କେତେବେଳେ ଅର୍ଜୁନ ସାଜିଛନ୍ତି ତ ପୁଣି କେବେ ଅଭିମନ୍ୟୁ ଭାବେ ନଜର ଆସିଛନ୍ତି। ୨୦୦୪ରେ ବ୍ଲକବଷ୍ଟର ମୁଭି ‘ଆଇ ଲଭ୍ ୟୁ’ରୁ ଓଲିଉଡର ସୁପରଷ୍ଟାର ଟାଇଟଲ୍ ପାଇଥିଲେ ସେ।ଅନୁଭବଙ୍କ ଏମିତି କିଛି ସିନେମା ଅଛି ଯେଉଁଥିରେ ଟାଇଟଲ ରୋଲ୍ରେ ତାଙ୍କୁ ଦେଖିବାକୁ ମିଳିଛି।

୨୦୦୫ରେ ରିଲିଜ୍ ହୋଇଥିବା ଏକ ହିଟ୍ ସିନେମା ହେଲା ‘ଅର୍ଜୁନ’। ଏହାର ପ୍ରଯୋଜନା କରିଥିଲେ ଶୈଳବାଳା ଲେଙ୍କା ଓ ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ଏହି ସିନେମାରେ ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ଥିଲେ ଟାଇଟଲ୍ ରୋଲ୍ରେ। ଅର୍ଥାତ୍ ଏହି ଚିତ୍ରରେ ଓଲିଉଡର ସୁପରଷ୍ଟାର ଅନୁଭବଙ୍କ ଅଭିନୀତ ଚରିତ୍ରର ନାଁ ଥିଲା ଅର୍ଜୁନ।
୨୦୦୭ରେ ପରଦାକୁ ଆସିଥିଲା ଏକ ମଲ୍ଟିଷ୍ଟାରର ସିନେମା। ଏହାର ଟାଇଟଲ୍ ଥିଲା କାଳୀଶଙ୍କର। ପ୍ରଶାନ୍ତ ନନ୍ଦ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ସିନେମାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଦର୍ଶକ ଭେଟିଥିଲେ ଶଙ୍କର ଭୂମିକାରେ। ପ୍ରକାରାନ୍ତରେ କୁହାଗଲେ ଏହି ସିନେମାର ଟାଇଟଲ୍ରେ ବି ଥିଲେ ଅନୁଭବ।

୨୦୦୮ରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏକ ସିନେମା ରିଲିଜ୍ ହୋଇଥିଲା। ଏହାର ଟାଇଟଲ୍ ହେଲା ‘ମୁନ୍ନା- ଏ ଲଭ୍ ଷ୍ଟୋରି’। ଏଥିରେ ଅନୁଭବ ବି ଟାଇଟଲ୍ ରୋଲ୍ରେ (ମୁନା) ନଜର ଆସିଥିଲେ।
୨୦୦୯ର ଏକ ସୁପରହିଟ୍ ଫିଲ୍ମ ଥିଲା ‘ଅଭିମନ୍ୟୁ’। ସୀତାରାମ ଅଗ୍ରୱାଲ୍ ଏହାର ପ୍ରଯୋଜକ ଓ ସୁଶାନ୍ତ ମଣି ନିର୍ଦ୍ଦେଶକ। ଏହି ଫିଲ୍ମରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା ଟାଇଟଲ୍ ରୋଲ୍ରେ।
୨୦୧୨ରେ ରିଲିଜ୍ ହୋଇଥିବା ଏକ ଓଡ଼ିଆ ସିନେମାରେ ବି ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ନଜର ଆସିଥିଲେ, ଟାଇଟଲ୍ ରୋଲ୍ରେ। ଏହି ଫିଲ୍ମର ଟାଇଟଲ୍ ହେଲା ‘ଏସିପି ରଣବୀର’। ଏଥିରେ ଓଲିଉଡ଼ର ସୁପରଷ୍ଟାର୍ ଅନୁଭବ ମହାନ୍ତି ବନିଥିଲେ ଏସିପି ରଣବୀର। ଏହାର ପ୍ରଯୋଜନା କରିଥିଲେ ନିଜେ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତି। ସୁଧାକର ବସନ୍ତ ଏହାର ନିର୍ଦ୍ଦେଶକ।
୨୦୧୫ର ଏକ ଲୋକପ୍ରିୟ ସିନେମା ଥିଲା ’ଜଗା ହାତରେ ପଘା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ବି ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ଥିଲେ ଟାଇଟଲ୍ ରୋଲ୍ରେ। ଏଥିରେ ତାଙ୍କୁ ଡବଲ୍ ରୋଲରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିମଧ୍ୟରୁ ଗୋଟିଏ ଭୂମିକାରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ବନିଥିଲେ ଜଗା।
୨୦୧୬ରେ ରିଲିଜ୍ ହୋଇଥିଲା ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ‘ଅଗସ୍ତ୍ୟ’। ଏଥିରେ ଟାଇଟଲ୍ ରୋଲ୍ରେ ନଜର ଆସିଥିଲେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି। ଏହାର ନିର୍ଦ୍ଦେଶନା ଦେଇଥିଲେ କେ. ମୁରଲୀ କ୍ରିଷ୍ଣା।

୨୦୧୭ରେ ଓଲିଉଡ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କର ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ଉଭୟ ସିନେମାରେ ଟାଇଟଲ୍ ରୋଲ୍ କରିଥିଲେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି। ଏଥି ମଧ୍ୟରୁ ଗୋଟିଏ ହେଲା ‘ଅଭୟ’। ମୁରଲୀ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଏହି ଆକସନଧର୍ମୀ ଫିଲ୍ମରେ ଅନୁଭବ ଅଭିନୀତ ଭୂମିକାର ନାଁ ହେଲା ଅଭୟ।
ଅପରପକ୍ଷରେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ‘କାବୁଲା ବାରବୁଲା’ରେ ଓଲିଉଡ ସୁପରଷ୍ଟାର ନଜର ଆସିଥିଲେ ଟାଇଟଲ୍ ରୋଲ୍ରେ। ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ର ହେଲା କାବୁଲା।
ଏଥର ରଜକୁ ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ଆସୁଛନ୍ତି ଏକ ଫିଲ୍ମରେ। ଏହାର ଟାଇଟଲ୍ ହେଲା ‘ପ୍ରେମ କୁମାର’। ଏଥିରେ ବି ଅନୁଭବଙ୍କ ଚରିତ୍ର ହେଲା ପ୍ରେମ କୁମାର। ତାପସ ସରଘରିଆ ଏହାର ନିର୍ଦ୍ଦେଶକ।










