ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଯୁବ ବିକାଶ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ସେ ବିଜୁ ଯୁବ ବାହିନୀର ଦାୟିତ୍ୱ ମଧ୍ୟ ବୁଝିବେ। ସେ ଏପ୍ରିଲ ୧୮ରେ ବିଜେଡିରେ ଯୋଗ ଦେଇଥିଲେ।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଉଦୟପୁରରେ ୧୯୫୫ରେ ଜନ୍ମ ଗ୍ରହଣ କରିଥିଲେ ଅରୂପ। ୧୯୭୯ରେ ସେ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ପାଇଥିଲେ। ସେ ମୁମ୍ବାଇର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ମୁମ୍ବାଇ ପୋଲିସ କମିଶନର ହେବାରେ ଅରୂପ ହେଉଛନ୍ତି ପ୍ରଥମ ଓଡ଼ିଆ।

ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପ୍ରତି ପଞ୍ଚାୟତରେ ବିଜୁ ଯୁବ ବାହିନୀ ଗଠନ କରାଯାଉଛି। ଏଥିରେ ୨୫ ଜଣ ଲେଖାଏଁ ସଦସ୍ୟ ରହୁଛନ୍ତି। ଗ୍ରାମାଞ୍ଚଳରେ ଯୁବକମାନଙ୍କୁ ଏକାଠି କରି ସେମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ଏହି ବାହିନୀ ଗଠନ କରାଯାଉଛି। ଅରୂପ ଏବେ ଯୁବ ବାହିନୀ କଥା ବୁଝିବେ।

Comment