ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଯଦି ୨୦୧୯ରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ମୁଁ ହେବି ପ୍ରଧାନମନ୍ତ୍ରୀ”, କର୍ଣ୍ଣାଟକ ନିର୍ବାଚନ ସଭାରେ ଏମିତି କିଛି ମନର କଥା ଖୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଚାର ସମୟରେ ରାହୁଲ ଗାନ୍ଧି ୨୦୧୯ନିର୍ବାଚନକୁ ନେଇ ଏକ ବଡ଼ କଥା କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

“ଯଦି ୨୦୧୯ରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ମୁଁ ହେବି ପ୍ରଧାନମନ୍ତ୍ରୀ”, କର୍ଣ୍ଣାଟକ ନିର୍ବାଚନ ସଭାରେ ଏମିତି କିଛି ମନର କଥା ଖୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ୨୦୧୯ ନିର୍ବାଚନରେ ବିଜେପି ସରକାରକୁ ଆସିବ ନାହିଁ ବୋଲି କହିଛନ୍ତି ରାହୁଲ।

ପ୍ରଚାର ସମୟରେ ଜଣେ ସାମ୍ବାଦିକ ରାହୁଲଙ୍କୁ ପଚାରିଥିଲେ କି ୨୦୧୯ରେ ଆପଣ କ’ଣ ଦେଶର ପ୍ରଧାନମନ୍ତ୍ରୀ ହେବେ? ରାହୁଲ ଏହାର ଉତ୍ତର ଦେଇ କହିଥିଲେ କାହିଁ କି ନୁହେଁ। ଯଦି କଂଗ୍ରେସ ଶାସନକୁ ଆସିବ ତେବେ ମୁଁ ହେବି ଦେଶର ପ୍ରଧାନମନ୍ତ୍ରୀ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, “ଯଦି ବିଚାରଧାର ଲଢ଼େଇ ହେବ ତେବେ ସମସ୍ତେ ଏକ ହେବା ଜରୁରୀ। ଯଦି ଆଜି ତିନିଟି ଦଳ ଏକ ହୋଇଯିବେ ତେବେ ବିଜେପିକୁ ୫ଖଣ୍ଡ ଭୋଟ ବି ମିଳିବ ନାହିଁ। ଯେଉଁଠି ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବଲା ହେବ ସେଠି ହିଁ ପ୍ରମୁଖ ରାଜନୈତିକ ଲଢ଼େଇ ହେବ। କିଛି ରାଜ୍ୟରେ ଯଦି ଆମେ ଋଣନୀତି ପୂର୍ବକ କାମ କରୁ ତେବେ ଆମେ ଶାସନ ପୁଣି ଥରେ ହାତେଇବୁ। ୨୦୧୯ରେ ମୋ ରାଜନୀତି ବିଶ୍ଲେଷଣ ସଠିକ୍‌ ସାବ୍ୟସ୍ତ ହେବ”।

Comment