ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପଦରୁ ହଟିଛନ୍ତି ମୁନ୍ନା ଖାଁ। ଏହି ପଦରେ ଅଭିନେତା କୁନା ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। କୁନା ତ୍ରିପାଠୀ ଏବେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହୋଇଛନ୍ତି। ମୁନ୍ନା ଖାଁ ଏବେ କେବଳ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ରହିବେ।

୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ କୁନା ତ୍ରିପାଠୀ ବିଜେଡିରେ ଯୋଗ ଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ସେ ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ବିଜେପୁର ଉପ-ନିର୍ବାଚନରେ ମଧ୍ୟ କୁନା ବିଜେଡି ପାଇଁ ପ୍ରଚାର କରିଥିଲେ। ହେଲେ କୁନାଙ୍କୁ କୌଣସି ପଦ ପଦବୀରେ ରଖି ନଥିଲା ବିଜେଡି।

Comment