ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କମ୍ପାନି ଫ୍ଲିପକାର୍ଟ ଓ ୱାଲମାର୍ଟ ମଧ୍ୟରେ ହୋଇଥିବା ଚୁକ୍ତି ଫଳରେ ଭାରତୀୟଙ୍କୁ ଫାଇଦା ମିଳିବ। ପ୍ରାୟ ୧କୋଟି ଭାରତୀୟଙ୍କୁ ଏହାଦ୍ଵାରା ଚାକିରି ମିଳିବାର ସମ୍ଭାବନା ସୃଷ୍ଟି ହେବ।

ଫ୍ଲିପକାର୍ଟର ଅର୍ଦ୍ଧାଧିକ ଅଂଶ ଆମେରିକୀୟ କମ୍ପାନି ୱାଲମାର୍ଟ କିଣି ନେଲାପରେ ଏହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ଡିଲ କାରଣରୁ ଦୁଇ କମ୍ପାନୀକୁ ଅନେକ ଫାଇଦା ମିଳିବ।

“ଭାରତୀୟ କମ୍ପାନି ଫ୍ଲିପକାର୍ଟ ଓ ୱାଲମାର୍ଟ ମଧ୍ୟରେ ହୋଇଥିବା ଚୁକ୍ତି ଫଳରେ ଭାରତୀୟଙ୍କୁ ଫାଇଦା ମିଳିବ”, କହିଛନ୍ତି ଫ୍ଲିପକାର୍ଟର ଉପସଂସ୍ଥାପକ ବିନ୍ନି ବଂସଲ।

“ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଫ୍ଲିପକାର୍ଟ ଓ ୱାଲମାର୍ଟ ମଧ୍ୟରେ ହୋଇଥିବା ଚୁକ୍ତି ସହାୟକ ହେବ। ୧କୋଟିରୁ ଅଧିକ ଲୋକଙ୍କୁ ଏଥିରେ ଚାକିରି ପାଇଁ ସୁଯୋଗ ମିଳିବ”, କହିଛନ୍ତି ୱାଲମାର୍ଟର ସିଇଓ ଡଗ ମ୍ୟାକମିଲନ।

ଫ୍ଲିପକାର୍ଟ ଏବଂ ୱାଲମାର୍ଟ ଦ୍ୱାରା ଜାରି କରାଯାଇଥିବା ମିଳିତ ବୟାନରେ କୁହାଯାଇଛି ଯେ ଏହି ଡିଲ କାରଣରୁ ଦୁଇ କମ୍ପାନିକୁ ଅନେକ ଫାଇଦା ମିଳିବ। ଏହାସହ ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ମଧ୍ୟ ଏହା ସହାୟକ ହେବ। ଏହାଦ୍ୱାରା ନୂଆ ପଦବୀ ଉତ୍ପନ୍ନ ହେବ, କୃଷକ ମାନଙ୍କ ପାଇଁ ଆୟ ବୃଦ୍ଧି ହେବା ସହ ମେକ ଇନ ଇଣ୍ଡିଆ ଭଳି ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ପ୍ରଚାରରେ ମଧ୍ୟ ଅନେକ ସାହାଯ୍ୟ ମିଳିବ।

ୱାଲମାର୍ଟ ଭାରତୀୟ କମ୍ପାନୀ ସହ ମିଶି ଦେଶର ଆର୍ଥିକ ବିକାଶରେ ସହାୟତା କରିବ। କୃଷି, ଭୋଜନ ଏବଂ ରିଟେଲ କ୍ଷେତ୍ରରେ ବିକାଶ ପାଇଁ କମ୍ପାନି ପ୍ରୟାସ କରିବ।

କମ୍ପାନି ଭାରତରେ ନିଜ ନିବେଶରେ ଚାକିରି ସମସ୍ୟା ଦୂର କରିବ ଏବଂ ଫ୍ଲିପକାର୍ଟ ସହ ବୁଝାମଣାରେ ଦେଶର ଛୋଟ ଉଦ୍ୟୋଗ ଗୁଡିକୁ ମଧ୍ୟ ଅନେକ ଲାଭ ମିଳିବ। କମ୍ପାନି କୋଲ୍ଡ ଷ୍ଟୋରେଜରେ ପୁଞ୍ଜି ନିବେଶ କରି କୃଷକମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବ ବୋଲି ପ୍ଲିପକାର୍ଟ ପକ୍ଷରୁ କୁହାଯାଇଛି।

Comment