ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧର୍ମ ବଦଳାଇଲେ କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ। ହିନ୍ଦୁ ଧର୍ମ ଛାଡ଼ି ସେ ବୌଦ୍ଧ ଧର୍ମକୁ ଆପଣାଇଛନ୍ତି।

କୋରାପୁଟ ଜିଲ୍ଲା ଜୟପୁରର ବୁର୍ଜାରେ ଆୟୋଜିତ ଧର୍ମକ୍ରାନ୍ତି ସମାରୋହରେ ବିଧାୟକ ଏବଂ ତାଙ୍କ ପରିବାର ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ଏହାସହ ୧୦୦ଟି ପରିବାର ମଧ୍ୟ ଏହି ସମାରୋହରେ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି।

ଛତିଶଗଡ଼ରୁ ଆସିଥିବା ଭୋନତେ ବୁଦ୍ଧ ଘୋଷ ସମସ୍ତଙ୍କୁ ଦୀକ୍ଷା ଦେଇଛନ୍ତି। ଏହି ସମାରୋହରେ ରାୟପୁର ଏବଂ ମହାରାଷ୍ଟ୍ରରୁ ବହୁ ବୌଦ୍ଧ ଭିକ୍ଷୁ ଯୋଗ ଦେଇଛନ୍ତି। ତ୍ରିସରଣ, ପଞ୍ଚଶୀଳ ଶିକ୍ଷା ଏବଂ ଶପଥ ପାଠ ପରେ ପରିବାର ସହ ବିଧାୟକ କୃଷ୍ଣଚନ୍ଦ୍ର ବୌଦ୍ଧ ଧର୍ମକୁ ଆପଣାଇଛନ୍ତି।

ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ବିଧାୟକ ଦୁଇ ଦିନ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଥିପାଇଁ ସେ ପୂର୍ବରୁ କୋରାପୁଟ ଏକଜିକ୍ୟୁଟିଭି ମାଜିଷ୍ଟ୍ରେଟଙ୍କ ନିକଟରେ ସତ୍ୟପାଠ କରିଥିଲେ। ବୌଦ୍ଧ ଧର୍ମରେ ମୈତ୍ରୀଭାବ, ପ୍ରଜ୍ଞା ଓ ସମତା ରହିଥିବାରୁ ଧର୍ମ ବଦଳାଉଥିବା ଶ୍ରୀ ଶଗରିଆ କହିଥିଲେ।

Comment