ଓଡ଼ିଶାଲାଇଭ୍ ବ୍ୟୁରୋ
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଚେନ୍ନାଇ ୯ମ ଥର ପାଇଁ ଆଇପିଏଲର ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଏହାପରେ ଧୋନୀଙ୍କୁ ସଲାମ ଜଣାଇଛି ସୁରକ୍ଷାରେ ନିୟୋଜିତ ହୋଇଥିବା କୁକୁର।
୨୦୧୮ ଆଇପିଏଲ ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ଟିମ୍ ପ୍ଲେ ଅଫ୍ରେ ପହଞ୍ଚିସାରିଥିବାବେଳେ ଆଉ ଦୁଇଟି ଟିମ୍ ପ୍ଲେ ଅଫ୍ରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ ପ୍ଲେ ଅଫ୍ରେ ପହଞ୍ଚି ସାରିଛନ୍ତି। ଏବେ ଅପେକ୍ଷା ଆଉ କେଉଁ ଦୁଇଟି ଟିମ୍ ପ୍ଲେ ଅଫ୍ରେ ପହଞ୍ଚିବେ। ଚେନ୍ନାଇ ସୁପରକିଙ୍ଗ୍ସ ଗତକାଲି ହାଇଦ୍ରାବାଦ୍କୁ ପରାସ୍ତ କରି ଦ୍ଵିତୀୟ ଟିମ୍ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି।
ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ସିଜିନରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିଛି। ଗତକାଲି ସନ୍ଧ୍ୟାରେ ପ୍ଲେ ଅଫ୍ ସ୍ଥାନ ପାଇବା ପରେ ଧୋନୀଙ୍କୁ ଏକ ଅଜବ ସଲାମୀ ଦିଆଯାଇଥିଲା। ମ୍ୟାଚ୍ର ସୁରକ୍ଷାରେ ନିୟୋଜିତ ହୋଇଥିବା କୁକୁର ଧୋନୀଙ୍କୁ ରୟାଲ୍ ସାଲ୍ୟୁଟ୍ କରିଛି। କୁକୁର ସହ ପାଖରେ ଛିଡ଼ା ହୋଇଥିବା ସୁରକ୍ଷାକର୍ମୀ ମଧ୍ୟ ଧୋନୀଙ୍କୁ ସାଲ୍ୟୁଟ୍ କରୁଥିବାର ନଜର ଆସିଥିଲା।
ଏହାସହ ଦୁଇଥର ଆଇପିଏଲ୍ ଚାମ୍ପିଅନ୍ ହୋଇସାରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ଆଉ ଏକ ରେକର୍ଡ ନିଜ ନାମରେ କରିଛି। ଆଇପିଏଲର ୧୧ଟି ସିଜିନରୁ ଚେନ୍ନାଇ ଖେଳିଥିବା ୯ଟି ସିଜିନରେ ଏହି ଦଳ ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିଛି। ମ୍ୟଚ୍ ଫିକ୍ସିଂ ଅଭିଯୋଗ ଆସିବା ପରେ ଗତ ଦୁଇଟି ସିଜିନରେ ଚେନ୍ନାଇ ଦଳକୁ ଆଇପିଏଲରୁ ବାଦ୍ ଦିଆଯାଇଥିଲା।




















