ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଲଢ଼େଇରେ ଆଜି ଦେଖିବାକୁ ମିଳିବ ଏକ ଦମ୍‌ଦାର ବାଜି। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ। ସନ୍ଧ୍ୟା ସାଢ଼େ ୭ରେ ଏହି ମ୍ୟାଚ୍ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ବେଶ୍ ମଜବୁତ ଦଳ ଭାବେ ଜଣା। ଆଇପିଏଲର ଚଳିତ ସଂସ୍କରଣରେ ପଞ୍ଜାବ ରାଜସ୍ଥାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତି ଭଲ ପ୍ରଦର୍ଶନ କରିଛି। ଅନ୍ୟପଟେ ଚେନ୍ନାଇ ସୁପର୍ କିଙ୍ଗ୍ସ ଏଯାଏଁ ଖାତା ଖୋଲିପାରିନି। ତେଣୁ ଆଜିର ଏହି ସୁପର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

କିଙ୍ଗସ୍ ଇଲେଭେନ୍ ପଞ୍ଜାବ 

କେଏଲ୍ ରାହୁଲ (ଅଧିନାୟକ), କ୍ରିସ୍ ଗେଲ୍, ଦାଓ୍ଵିଡ୍ ମଲାନ୍, ଦିପକ୍ ହୁଡ୍ଡା, ମନ୍ଦୀପ ସିଂହ, ମୟଙ୍କ ଅଗ୍ରଓ୍ଵାଲ୍, ସର୍ଫରାଜ ଖାନ୍, ସାହାରୁଖ ଖାନ୍, ଫବିଆନ୍ ଆଲେନ୍, ଜଲାଜ୍ ସକ୍ସେନା, ମୋଇସେସ୍ ହେନେରିକ୍ୟୁସ୍, ଉତ୍କର୍ସ ସିଂହ, ନିକୋଲାସ୍ ପୁରନ୍, ପ୍ରଭିସିମରନ୍ ସିଂହ, ଅର୍ସଦିପ୍ ସିଂହ, କ୍ରିସ୍ ଜୋରଦାନ୍, ଦର୍ଶନ ନାଲକାଣ୍ଡେ, ହର୍‌ପ୍ରୀତ ବ୍ରାର୍, ଈଶାନ୍ ପୋରେଲ୍, ଝି ରିଚାର୍ଡସନ୍, ମହମ୍ମଦ ସାମି, ମୁରୁଗାନ୍ ଅଶ୍ଵିନ, ରବି ବିଷ୍ଣୋଇ, ରିଲେ ମେରେଦିଥ୍, ସୌରଭ କୁମାର।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଅମ୍ଵାତି ରାଇଡୁ, ସି ହରି ନିଶାନ୍ଥ, ଚେତେଶ୍ଵର ପୂଜାରା, ଡ୍ୟୁପ୍ଲେସିସ୍, ରବିନ୍ ଉତ୍ଥାପା, ଋତୁରାଜ ଗାଏକ୍ଵାଡ୍, ସୁରେଶ ରାଇନା, କନମୂରୀ ଭଗତ ବର୍ମା, ଡ୍ଵେନ୍ ବ୍ରାଭୋ, କ୍ରିଷ୍ଣାପା ଗୋଥାମ୍, ମାଇକେଲ ସାଣ୍ଟନର, ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଡ଼େଜା, ସାମ୍ କରନ୍, ନାରାୟଣ ଜଗଦ୍ଦିଶନ୍, ଦିପକ ଚହର, ହରିଶଙ୍କର ରେଡ୍ଡୀ, ଇମ୍ରାନ ତାହିର୍, ଜସନ୍ ବେହେରେନଡ୍ରଫ୍, କର୍ଣ୍ଣ ଶର୍ମା, କେ ଏମ ଆସିଫ୍, ଲୁଙ୍ଗି ନିଗିଡି, ସାଇ କିଶୋର, ସାର୍ଦୁଲ ଠାକୁର।

Comment