ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୧୫ବର୍ଷୀୟ ନାବାଳକ ସହ ୨ଟି ଶିଶୁର ମା’ ଫେରାର ହୋଇଯାଇଛି।

ଗୁରୁଗ୍ରାମରେ ଜଣେ ୨୬ବର୍ଷୀୟ ମହିଳା ୧୫ବର୍ଷୀୟ ନାବାଳକ ସହ ଫେରାର ହୋଇଯାଇଛି। ମହିଳା ଜଣକ ଦୁଇଟି ଶିଶୁର ମା’। ଦୁହେଁ ଏକ ଟେଣ୍ଡ୍ ହାଉସରେ ଏକାଠି କାମ କରୁଥିଲେ। ଗୋଟିଏ କଲୋନୀରେ ମଧ୍ୟ ରହୁଥିଲେ। କୁହାଯାଉଛି କି ଏକାଠି କାମ କରୁଥିଲାବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା।

ଗୁରୁଗ୍ରାମ ଶୀତଲା କଲୋନୀରେ ମହିଳା ଜଣକ ନିଜ ସ୍ଵାମୀ, ୪ବର୍ଷର ପୁଅ ଓ ଅଢ଼େଇ ବର୍ଷର ଝିଅ ସହ ରହୁଥିଲେ। ଗତ ୧୨ତାରିଖରୁ ସେ କୁଆଡ଼େ ପଳାଇ ଯାଇଛନ୍ତି।

ମହିଳାଙ୍କ ସ୍ଵାମୀ ସ୍ଥାନୀୟ ପୋଲିସ ଷ୍ଟେସନ୍‌ରେ ଏନେଇ ଏକ ଏତଲା ଦେଇଥିଲେ। ପୋଲିସ୍‌ ଖୋଳତାଡ଼ କରିବାରୁ ଜଣାପଡ଼ିଛି ଯେ, ମହିଳା ଜଣକ ଯେଉଁ ଟେଣ୍ଡ୍ ହାଉସରେ କାମ କରୁଥିଲେ ସେଠାରେ ଏକ ବାଳକ କାମ କରୁଥିଲା। ଉକ୍ତ ମହିଳା ଓ ସେହି ବାଳକ ମଧ୍ୟ ପ୍ରେମ ସମ୍ପର୍କ ରହିଥିଲା ମହିଳା ଜଣକ ନିଖୋଜ ହେବା ଦିନରୁ ବାଳକ ଜଣକ ମଧ୍ୟ କାମକୁ ଆସୁନାହାନ୍ତି। ଏଥିରୁ ସ୍ପଷ୍ଟ ଯେ, ଦୁହେଁ କେଉଁଆଡ଼େ ପଳାଇଯାଇଛନ୍ତି ବୋଲି ପୋଲିସ କହିଛି।

 

Comment