ଓଡ଼ିଶାଲାଇଭ୍‌ ବ୍ୟୁରୋ

ସନରାଇଜର୍ସ ହାଇଦ୍ରାବାଦ୍‌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିବାରେ ଏବି ଡିଭିଲିୟର୍ସଙ୍କ କ୍ୟାଚ୍‌ ଥିଲା ବେଶ୍‌ ଗୁରୁତ୍ଵପୁର୍ଣ୍ଣ। ଏହି କ୍ୟାଚ ଦେଖି ଡିଭିଲିୟର୍ସଙ୍କୁ ଅସଲ ସ୍ପାଇଡରମ୍ୟାନର ଆଖ୍ୟା ଦେଇଛନ୍ତି ବିରାଟ କୋହଲି।

ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା ଏକ ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍। ପୂର୍ବରୁ ପ୍ଲେ ଅଫ୍‌ରେ ପହଞ୍ଚି ସାରିଥିବା ହାଇଦ୍ରାବାଦ ଟିମ୍‌ ପାଇଁ ଏହି ମ୍ୟାଚର ଗୁରୁତ୍ୱ ସେତେଟା ନଥିବାବେଳେ ବେଙ୍ଗଳୁରୁ ଟିମ୍‌ ପାଇଁ ଥିଲା ଏହି ମ୍ୟାଚ୍‌ଟି ବେଶ୍ ଗୁରୁତ୍ୱପୁର୍ଣ୍ଣ।

ପ୍ରଥମେ ବେଙ୍ଗାଳୁରୁ ଟିମ୍‌ ଖେଳି ୨୧୮ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଏହାକୁ ପିଛା କରିବାକୁ ଯାଇ ହାଇଦ୍ରାବାଦ୍‌ ମଧ୍ୟ ଦୃଢ଼ତାର ସହ ଖେଳ ଆରମ୍ଭ କରିଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ମାପଚୁପ ବୋଲିଂ ଯୋଗୁଁ ୧୪ରନ୍‌ରେ ବିଜୟୀ ହୋଇଥିଲା କୋହଲିଙ୍କ ନେତୃତ୍ଵାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଟିମ୍।

ଏହି ମ୍ୟାଚ୍‌ରେ ବେଙ୍ଗଳୁରୁ ଟିମ୍‌ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ଏକ ଦର୍ଶନୀୟ କ୍ୟାଚ୍‌ ନେଇଥିଲେ। ଏଲେକସ ହେଲ୍ସଙ୍କ ଦର୍ଶନୀୟ କ୍ୟାଚ୍‌ ଧରି ଡିଭିଲିୟର୍ସ ନିଜ ଟିମକୁ ହାରିବାରୁ ବଞ୍ଚାଇଥିଲେ। ବାଉଣ୍ଡ୍ରି ପାଖରେ ସ୍ପାଇଡର୍‌ମ୍ୟାନଙ୍କ ଭଳି ଡେଇଁ ଡିଭିଲିୟର୍ସ ଏହି କ୍ୟାଚ୍‌କୁ ଧରିଥିଲେ।

ମ୍ୟାଚ୍‌ ପରେ ବିରାଟ କୋହଲି କହିଛନ୍ତି, ‘ଆଜି ପଡ଼ିଆରେ ମୁଁ ଅସଲ ସ୍ପାଇଡର ମ୍ୟାନ୍‌ଙ୍କୁ ଦେଖିଲି’। ପୂର୍ବରୁ ତ ମୁଁ ଡିଭିଲିୟର୍ସଙ୍କ ବ୍ୟାଟିଂର ଦିୱାନା ଥିଲି। ଆଜି ତାଙ୍କ ଦର୍ଶନୀୟ ଫିଲ୍ଡିଂ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି”।

ଚଳିତ ସିଜିନ ଆଇପିଏଲରେ ଆରମ୍ଭରୁ ସେତେଟୋ ଭଲ ପ୍ରଦର୍ଶନ କରୁନଥିବା ବେଙ୍ଗଳୁରୁ ଟିମ୍‌ ପ୍ଲେ-ଅଫ୍‌ ଖେଳିବା ଆଶା ପ୍ରାୟ ମଉଳି ଯାଇଥିଲା। ଶେଷ ତିନି ମ୍ୟାଚରେ ଲଗାତାର ଜିତିବା ହେତୁ କୋହଲିଙ୍କ ଟିମ୍‌ ପ୍ଲେ-ଅଫ୍‌ ଖେଳିବା ଆଶା ଏବେ ବି ଉଜ୍ଜୀବିତ ରହିଛି।

Comment