ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର   ଡ଼ ଖବର

ସମଲେଶ୍ୱରୀ ଏକ୍ସପ୍ରେସ୍ ଲାଇନଚ୍ୟୁତ

ରାୟଗଡ଼ା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଘଟିଛି ଅଘଟଣ। ଶୁକ୍ରବାର ସନ୍ଧ୍ୟା ୫ଟା୧୬ରେ ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ହେଲେ କାହାର କିଛି କ୍ଷୟକ୍ଷତି ହୋଇନି।

ମେ-୨୯ରେ କେରଳ ଛୁଇଁବ ମୌସୁମୀ!

ମେ-୨୯ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟର ୩ ଦି ପୂର୍ବରୁ ମୌସୁମୀ କେରଳ ଉପକୂଳ ଛୁଉଁଥିବାରୁ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।

ୟେଦୁରପ୍ପା କେମିତି ବଞ୍ଚାଇବେ ଚୌକି?

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିବା ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶନିବାର ୪ଟାରେ ୟେଦୁରପ୍ପା ଫ୍ଲୋର ଟେଷ୍ଟ ଦେବେ। ଏଥିପାଇଁ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ନେତା ତତ୍ପର ହୋଇ ଉଠିଛନ୍ତି।

କନ୍ଧମାଳ-ବଲାଙ୍ଗିର ଜିଲ୍ଲା ପୋଲିସ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଓ ଦମନରେ ଓଡ଼ିଶା ପୋଲିସର ଉଲ୍ଳେଖନୀୟ ସଫଳତା। ଏଥିରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ଆୟୋଜିତ ଉଚ୍ଚ ସ୍ତରୀୟ ବୈଠକରେ ଓଡ଼ିଶା ପୋଲିସର ମାଓ ଦମନ ରଣନୀତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

କଂଗ୍ରେସ ବିଧାୟକଙ୍କୁ ବିଜେପି ଯାଚୁଛି ଟଙ୍କା ଓ ମନ୍ତ୍ରୀ ପଦ

କର୍ଣ୍ଣାଟକରେ ସରକାର ଗଢ଼ିବାକୁ ନେଇ ଚାଲିଛି ଟଣାଓଟରା। ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ଆଉ ମାତ୍ର  ୧୪ ଘଣ୍ଟା ବାକି ଥିବା ବେଳେ କଂଗ୍ରେସ ଏକ ସାଂଘାତିକ ଅଭିଯୋଗ ଆଣିଛି। ବିଜେପି ବିଧାୟକ ତଥା ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡି ରାଇଚୁର ରୁରାଲ ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ବସନ ଗୌଡାଙ୍କୁ ଟଙ୍କା ଯାଚିଥିବା ଅଡିଓଟେପ୍ ଜାରି କରିଛି।

ଅଡ଼ୁଆରେ ବିଜେପି: ବିହାର-ମଣିପୁର-ଗୋଆରେ ପଡ଼ିଲା କର୍ଣ୍ଣାଟକ ପ୍ରଭାବ

ବ୍ୟାପିଲା କର୍ଣ୍ଣାଟକ ଇଫେକ୍ଟ। ୩ ରାଜ୍ୟର ବିରୋଧୀ ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର। କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ପାର୍ଟିକୁ ଯେମିତି ସରକାର ଗଠନ ପାଇଁ ସୁଯୋଗ ଦିଆଯାଇଛି ଠିକ୍ ସେମିତି ବିହାର-ଗୋଆ-ମଣିପୁରରେ ସୁଯୋଗ ଦିଆଯାଉ ବୋଲି ବିରୋଧୀ ଦଳର ନେତାମାନେ ଦାବି କରିଛନ୍ତି।

ଦିଲୀପଙ୍କୁ ନୂଆ ଦାୟିତ୍ଵ: ଓଟିଡିସିର ଅଧ୍ୟକ୍ଷ ହେଲେ ଦିଲୀପ ତିର୍କି

ପୂର୍ବତନ ଭାରତୀୟ ହକି ଅଧିନାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କିଙ୍କୁ ଶୁକ୍ରବାରଦିନ ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି।

ଆଇପିଏଲ ମ୍ୟାଚ୍‌ ପରେ କାହିଁକି ଜର୍ସି ବଦଳାଇଲେ ରାହୁଲ ଓ ପାଣ୍ଡ୍ୟା?

କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଏହି ଦୁଇ ଦଳର ଦୁଇ ଲୋକପ୍ରିୟ ଖେଳାଳି ଲୋକେଶ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ଉଭୟଙ୍କୁ ନିଜ ଜର୍ସି ଉପହାର ଦେଇଥିଲେ।

କୋହଲିଙ୍କ ନଜରରେ କିଏ ଅସଲ ସ୍ପାଇଡରମ୍ୟାନ୍‌? ଜାଣନ୍ତୁ ଏହି ରିପୋର୍ଟରୁ

ସନରାଇଜର୍ସ ହାଇଦ୍ରାବାଦ୍‌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିବାରେ ଏବି ଡିଭିଲିୟର୍ସଙ୍କ କ୍ୟାଚ୍‌ ଥିଲା ବେଶ୍‌ ଦର୍ଶନୀୟ। ଏହି କ୍ୟାଚ ଦେଖି ଡିଭିଲିୟର୍ସ ହିଁ ଅସଲ ସ୍ପାଇଡର୍‌ ମ୍ୟାନ୍‌ ବୋଲି କହିଛନ୍ତି ବିରାଟ କୋହଲି।

ୟେଦୁରପ୍ପାଙ୍କୁ ‘ସୁପ୍ରିମ’ ଝଟକା: ୨୪ଘଣ୍ଟା ମଧ୍ୟରେ ବହୁମତ ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କର୍ଣ୍ଣାଟକରେ ଚାଲିଥିବା ହାଇଭୋଲଟେଜ୍‌ ଡ୍ରାମାର ତୁରନ୍ତ ଅନ୍ତ ଘଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ୨୪ଘଣ୍ଟା ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Comment