ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କି।

ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କିଙ୍କୁ ଶୁକ୍ରବାରଦିନ ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜେଡି ନେତା ନରେନ୍ଦ୍ର ସ୍ୱାଇଁ ରାଜ୍ୟସଭାକୁ ଯିବା ପରେ ଦୀର୍ଘ ଦିନ ହେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର କେହି ଅଧ୍ୟକ୍ଷ ନ ଥିଲେ। ନିକଟରେ ରାଜ୍ୟସଭାର ସାଂସଦ ଭାବେ ଦିଲୀପ ତିର୍କିଙ୍କର କାର୍ଯ୍ୟାଳୟ ଶେଷ ହୋଇଥିଲା। ଫଳରେ ଦିଲୀପ ତିର୍କୀଙ୍କୁ ରାଜ୍ୟ ସରକାର ଓଟିଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

୨୦୧୨ ମସିହା ମାର୍ଚ୍ଚ ୨୨ରେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲୀପ ତିର୍କି। ସେ ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟସଭାରୁ ଅବସର ନେଇଥିଲେ।

Comment