ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଖଞ୍ଜିଥିବା ଏକ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣରେ କୋବ୍ରା ବାଟାଲିୟନର ଜଣେ ସବଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।

ମାଓବାଦୀଙ୍କ ବର୍ବର କାଣ୍ଡ। ଗୁରୁବାରଦିନ ସକାଳେ ଛତିଶଗଡ଼ର ସୁକମା ଜିଲ୍ଲା ପୋଲାମପାଲି ଥାନା ଅଞ୍ଚଳରେ ଏକ ପୋଲ ତଳେ ମାଓବାଦୀମାନେ ଖଞ୍ଜିଥିବା ଏକ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ଘଟିବାରୁ କୋବ୍ରା ବାଟାଲିୟନର ଜଣେ ସବ୍ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି।

ଏହି ବିସ୍ଫୋରଣରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲାମପାଲ୍ଲୀ ଥାନା ଅନ୍ତର୍ଗତ ତାମିଲଓ୍ଵାଡ଼ାରେ ଥିବା କୋବ୍ରା ବାଟାଲିୟରର କ୍ୟ୍ୟମ୍ପ ଦୋର୍ଣ୍ଣାପାଲକୁ ସ୍ଥାନାନ୍ତର ହେଉଥିବାବେଳେ କେବ୍ରା ବାଟାଲିୟ୍ରନ ସବ୍‌ ଇନ୍‌ଓପେକ୍ଟର ରାଜେଶ କୁମାର ବିନ୍ଦ ଓ ମାନିକ ନାମକ ଅନ୍ୟ ଜଣେ କନଷ୍ଟେବଳ ସକାଳ ୭ଟା ୪୫ ମିନିଟ ସମୟରେ ବାଇକ ଯୋଗେ ଦୋର୍ଣ୍ଣାପାଲକୁ ଯାଉଥିଲେ।

ଏହି ସମୟରେ ପୁସଓ୍ଵାରଲଙ୍କଡ଼ ଏଙ୍କା ଗାଁ ନିକଟରେ ଥିବା ଏକ ବ୍ରିଜ୍‌ ତଳେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ଘଟିଥିଲା।ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ରାଜେଶ ଓ ମାନିକ।

ଉଭୟଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ରାଜେଶ କୁମାର ବିନ୍ଦଙ୍କର ମୃତ୍ୟୁ ଘଟିଛି।

Comment