ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ସମାବେଶରେ ଦେଇଥିବା ଭାଷଣର କୋଡ଼ିଏଟି ମୁଖ୍ୟ ଆକର୍ଷଣ।

୧. ଏନଡିଏ ସରକାର ୪ ବର୍ଷ ମଧ୍ୟରେ ଭାରତକୁ ଅବ୍ୟବସ୍ଥାରୁ ବ୍ୟବସ୍ଥାକୁ ଓ କୁଶାସନରୁ ଶାସନକୁ ନେଇଛି।

୨. ଭାରତ ବଦଳିପାରିବ ଏହା ପ୍ରମାଣିତ କରିପାରିଛନ୍ତି ୧୨୫ କୋଟି ଲୋକ।  ପରିବର୍ତ୍ତନ ଆଡ଼କୁ ଆମ ଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି।

୩.  ପଞ୍ଚାୟତରୁ ପାର୍ଲାମେଣ୍ଟ ଯାଏଁ ବିଜେପି ଲୋକଙ୍କ ବିଶ୍ୱାସ ଜିତିଛି। ୨୦ଟି ରାଜ୍ୟରେ ବିଜେପି ସରକାର ଚାଲିଛି ।

୪. ବେଟି ବଚାଓ, ଜନଧନ, ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ହେବ।

୫. ବେନାମୀ ସମ୍ପତ୍ତି ଉପରେ ନିୟମ ଲାଗୁ ହୋଇଛି। ଚୋରା ଧନ ଜବତ ହୋଇଛି। ୪୫ ହଜାର କୋଟି ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଛି।

୬. ଆଧାର କାର୍ଡ ଯୋଗୁଁ ସାଧାରଣ ଆବଣ୍ଟନ ବ୍ୟବସ୍ଥାରେ ସୁଧାର ଆସିଛି। ବେନାମୀ କମ୍ପାନି ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

୭. ବିକାଶ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରୁ ଆରମ୍ଭ ହୋଇଥିବା ଅଭିଯାନ କଦାପି ବିଫଳ ଯିବନି।

୮. ଦେଶରେ କନଫ୍ୟୁଜନର ସରକାର ନୁହେଁ କମିଟମେଣ୍ଟର ସରକାର ଚାଲିଛି।୧୨୫ କୋଟି ଲୋକଙ୍କ ଭିତରେ ବିଶାସ ସୃଷ୍ଟି ହୋଇଛି।

୯. ପୂର୍ବରୁ ଭୋଟ ବ୍ୟାଙ୍କ ରାଜନୀତି ଚାଲିଥିଲା। ସବକା ସାଥ ସବକା ବିକାଶ ବ୍ୟବସ୍ଥା ନ ଥିଲା। ୪ ବର୍ଷ ହେଲା ଆମେ ନିଷ୍ଠାର ସହ କାମ କରୁଛୁ। ଦେଶ ଓ ସମାଜ ପାଇଁ ଏନଡିଏ ସରକାର ଉତ୍ସର୍ଗୀକୃତ।ମହଙ୍ଗା ନିୟନ୍ତ୍ରଣ ହୋଇପାରିଛି।

୧୦. ପାରାଦୀପ ହେଉଛି ବିକାଶର ଦୀପ। ଗତ ୪ ବର୍ଷ ମଧ୍ୟରେ ୮୫ ପ୍ରତିଶତ ବା ୪ କୋଟି ଲୋକଙ୍କ ଘରେ ବିଜୁଳି ପହଞ୍ଚିଛି।

୧୧. କଂଗ୍ରେସ ଶାସନରେ ଗରିବ, ଦଳିତ ଓ ପଛୁଆ ବର୍ଗଙ୍କ ପ୍ରତି ଦୃଷ୍ଟି ଦିଆଯାଉନଥିଲା। ପାରିବାରିକ ଶାସନ ଚାଲିଥିଲା। ଇ-ମେଲରେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା।

୧୨. ୯୦ କୋଟି ଗରିବଙ୍କୁ ବୀମା ଓ ୮୦ ପ୍ରତିଶତ ଗରିବଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଇଛି।୧୪ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ମିଳିଛି। ୪ କୋଟି ମହିଳାଙ୍କୁ ମିଳିଛି ମାଗଣା ଏଲପିଜି।

୧୩. ଗରିବ ଓ କୃଷକଙ୍କ ସରକାର ହେଉଛି ଏନଡିଏ। ୨୦୧୯ରେ ଆମ ସରକାର ପୁଣି କ୍ଷମତାକୁ ଆସିବ। ସହମତିରେ ଆମେ ଶାସନ କରୁଛୁ। ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରରେ ଜନ୍ମ ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୩ ହଜାରରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲିଛି।

୧୪. ଯୁବକ ମାନଙ୍କ ପାଇଁ ଷ୍ଟାର୍ଟ ଅଫ ଇଣ୍ଡିଆ, ସ୍କିଲ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆ ନୀତି ପ୍ରସ୍ତୁତ କରାଯାଇଛି। ମୁସ୍କିଲ ଲକ୍ଷ୍ୟ ପାଇଁ ଆମେ ଡରୁନାହୁଁ। ୨୦୨୨ ସୁଦ୍ଧା ପ୍ରତି ଗରିବକୁ ମିଳିବ ଘର।

୧୫.  ଭିତ୍ତିଭୂମି ବିକାଶ ପାଇଁ ଆଗରୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ ହେଉନଥିଲା। ବନ୍ଦର ବିକାଶ,ମେଟ୍ରୋ, ବିମାନ ବନ୍ଦର, ଆଧୁନିକ ସଡ଼କ, ସାଗରମାଳା, ବୁଲେଟ ଟ୍ରେନ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ୭୦ ବର୍ଷ ଭିତରେ ଯାହା ହୋଇନଥିଲା ୪ ବର୍ଷ ଭିତରେ ତାହା ହୋଇଛି।

୧୬. ଓଡ଼ିଶାରେ ୧.୨୫ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି। ଭୁବନେଶ୍ୱରରେ ଏମ୍ସ, ସମ୍ବଲପୁରରେ ଆଇ ଆଇ ଏମ, ବ୍ରହ୍ମପୁରରେ ମେଡିକାଲ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି।

୧୭. ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ। ମହାନଦୀ ଓ ଅନ୍ୟ ୫ ନଦୀର ଜଳ ସମୁଦ୍ରରେ ମିଶୁଛି। ସରକାର କାହିଁକି ତାର ଉପଯୋଗ କରିନାହାନ୍ତି।

୧୮. ମାଛ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବ୍ଲୁ-ରିଭୋଲ୍ୟୁସନ ଅଣାଯାଇଛି। ଓଡ଼ିଶା ଏଥିରେ ସାମିଲ।

୧୯. ଓଡ଼ିଶାର କୃଷକଙ୍କ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଜଳସେଚନ ସୁବିଧା କରାଯାଉଛି।

୨୦.  ଆସନ୍ତା ୨୦୨୨ ସୁଦ୍ଧା ଏକ ନୂଆ ଭାରତର ସଂକଳ୍ପ ସହିତ ଆମେ ଲୋକଙ୍କ ସେବା କରିବା ପାଇଁ ବଦ୍ଧପରିକର।

Comment