ଓଡିଶାଲାଇଭ୍ ବ୍ୟୁରୋ

୩ୟ ଥର ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଚମ୍ପିଆନ୍ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଓପ୍ନର ସେନ୍ ୱାଟ୍ସନଙ୍କ ଅପରାଜିତ ଶତକ ବଳରେ ଚେନ୍ନାଇ ଆଇପିଏଲ୍-୧୧ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି।
ଏକାଦଶ ସଂସ୍କରଣର ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗସ୍ ୮ ଓ୍ଵିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରି ୩ୟ ଥର ଚମ୍ପିଅନ୍ ହୋଇପାରିଛି। ଦୁଇ ବର୍ଷର ବାସନ୍ଦରୁ ଫେରିବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଏହି ଟିମ୍ ଚମକପ୍ରଦ ପ୍ରଦର୍ଶନ କରି ସଫଳତା ହାସଲ କରିଛି। ଓ୍ଵାଙ୍ଖ୍ଡେ ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ଚେନ୍ନାଇ। ଚେନ୍ନାଇ ଚମ୍ପିଅନ୍ ଟ୍ରଫି ହାତେଇବା ସହିତ ୨୦ କୋଟି ଟଙ୍କା ପୁରସ୍କାର ପାଇଛି। ସନ୍ରାଇଜର୍ସ ହାଇଦ୍ରାବାଦ୍ ଉପବିଜେତା ଭାବେ ୧୨.୫ କୋଟି ଟଙ୍କା ପାଇଛି।
- ପରଫେକ୍ଟ କ୍ୟାଚ ଅଫ୍ ଦ ସିଜନ ପୁରସ୍କାର – ଟ୍ରେଣ୍ଟ ବୋଲ୍ଟ (ଦିଲ୍ଲୀ ଡେୟାରଡେଭିଲସ୍)
- ମୋଷ୍ଟ ଭ୍ୟାଲେବୁଲ ପ୍ଲେୟାର- ସୁନିଲ ନାରିନ(କୋଲକାତା ନାଇଟ୍ ରାଇଡର୍ସ)
- ଷ୍ଟାଇଲିସ ପ୍ଲେୟାର ଅଫ୍ ଦ ସିଜନ ପୁରସ୍କାର- ଋଷଭ ପନ୍ଥ (ଦିଲ୍ଲୀ ଡେୟାରଡେଭିଲସ୍)
- ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର- ଋଷଭ ପନ୍ଥ (ଦିଲ୍ଲୀ ଡେୟାରଡେଭିଲସ୍)
- ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ ସ୍କୋରର(ଅରେଞ୍ଜ କ୍ୟାପ୍)- କେନ୍ ଓ୍ଵିଲିୟମସନ୍(ସର୍ବାଧିକ ୭୩୫ ରନ୍, ସନ୍ରାଇଜର୍ସ ହାଇଦରାବାଦ)
- ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଓ୍ଵିକେଟ ହାସଲକାରୀ (ପର୍ପଲ କ୍ୟାପ୍)- ଆଣ୍ଡ୍ରୁ ଟାଏ(ସର୍ବାଧିକ ୨୪ଟି ଓ୍ଵିକେଟ,କିଙ୍ଗ୍ସ ଏକାଦଶ ପଞ୍ଜାବ)










