ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବ ବାବା ରାମଦେବଙ୍କ ‘କିମ୍ଭୋ’ ଆପ୍

ଟେଲିକମ୍ ଏବଂ ସୋସିଆଲ ମିଡିଆ ସେକ୍ଟରରେ ପ୍ରବେଶ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ନିକଟରେ ସିମ୍‌ ଉନ୍ମୋଚନ କରାଯିବା ପରେ ଆଜି ମେସେଜିଙ୍ଗ ଆପ୍ କିମ୍ଭୋ ଲଞ୍ଚ୍ କରାଯାଇଛି।

ଜୁଆ ଖେଳ ହେଲା କାଳ: ସ୍ତ୍ରୀକୁ ପର ପୁରୁଷ ହାତରେ ଟେକିଦେଲା ସ୍ୱାମୀ

ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ। ଜୁଆ ଖେଳରେ ହାରିଯିବା ପରେ ପର ପୁରୁଷ ହାତରେ ନିଜ ସ୍ତ୍ରୀକୁ ଟେକି ଦେଇଛି ସ୍ୱାମୀ। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ବାଲେଶ୍ୱର ଜିଲ୍ଲା ଏବେ ଉଠୁଛି ପଡ଼ୁଛି।

ଇଣ୍ଡୋନେସିଆରେ ମୋଦି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଆଜି ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି।

ରମଣଙ୍କୁ ଜବାବ ଦେଲା ବିଜେଡି: “ମହାନଦୀ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ”

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିର କଡ଼ା ଜବାବ ଦେଇଛି ବିଜେଡି। ରମଣ ସିଂ ସମ୍ବିଧାନର ବିଧି ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଔଦ୍ଧତ୍ୟ ଆଚରଣ କରିଛନ୍ତି ବୋଲି ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣା ପାଲଟିଲେ ସିବିଏସଇ ୧୦ମ ଟପ୍ପର ଅନୁଷ୍କା ପଣ୍ଡା

୧୦ ଶ୍ରେଣୀ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଭିନ୍ନକ୍ଷମ ବର୍ଗରେ ଅନୁଷ୍କା ପ୍ରଥମ ସ୍ଥାନ ହାସଲ କରିଛନ୍ତି ଗୁରୁଗ୍ରାମର ଅନୁଷ୍କା ପଣ୍ଡା। ବୋର୍ଡ ପରୀକ୍ଷାରେ ୯୭. ୮ପ୍ରତିଶତ ନମ୍ବର ରଖି ଶୀର୍ଷସ୍ଥାନ ହାସଲ କରିଛନ୍ତି। ସେ ଗଣିତ ଓ ହିନ୍ଦୀ ବିଷୟରେ ୯୯, ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ୯୮ ଏବଂ ଇଂରାଜୀରେ ୯୫ ନମ୍ବର ରଖିଛନ୍ତି।

କେନ୍ଦୁଝରଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ନିଆଁ: ଯାତ୍ରୀ ସୁରକ୍ଷିତ

କେନ୍ଦୁଝର ତିଲିକାଧରା ଷ୍ଟେସନ୍‍ ନିକଟରେ ଟ୍ରେନରେ ନିଆଁ ଲାଗିଯାଇଛି। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ପେଟ୍ରୋଲ ଦରରେ ହ୍ରାସ ଜନତାଙ୍କୁ ଉପହାସ: କମିଲା ମାତ୍ର ୧ପଇସା

ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାହକ ଅତିଷ୍ଟ ହୋଇପଡ଼ିଛନ୍ତି। ଫଳସ୍ଵରୂପ ସରକାର ସେମାନଙ୍କୁ ଆଶ୍ଵାସନା ଦୋପାଇଁ ପେଟ୍ରୋଲ ଦରରେ ମାତ୍ର ୧ପଇସା କମ କରିଛନ୍ତି। ଏଭଳି ହ୍ରାସ ଜନତାଙ୍କୁ ଉପହାସ ସଦୃଶ ହୋଇଛି।

୩୬ବର୍ଷରେ ବି ଫିଟ୍‌: ଜାଣନ୍ତୁ ନିଜକୁ ଫିଟ୍‌ ରଖିବା ପାଇଁ କ’ଣ ଖାଆନ୍ତି ଧୋନି?

୩୬ବର୍ଷୀୟ ଧୋନି ପଡ଼ିଆରେ ଯେତିକି କୁଲ୍‌ ସେତିକି ଫିଟ୍‌ ମଧ୍ୟ। ଧୋନିଙ୍କୁ ଫିଟ୍‌ନେସ୍ ରାଜ୍‌ ଜାଣିବାକୁ ଚାହୁଁଥିବେ ତାଙ୍କ ପ୍ରଶଂସକ।

Comment