ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୬ ଦିନ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ମାତ୍ର ଏକ ପଇସା କମିଛି।

ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାହକ ଅତିଷ୍ଟ ହୋଇପଡ଼ିଛନ୍ତି। ସେମାନଙ୍କୁ ଆଶ୍ୱାସନା ଦେବା ପାଇଁ ସରକାର ପେଟ୍ରୋଲ ଦରରେ ମାତ୍ର ୧ପଇସା କମ କରିଛନ୍ତି। ଏଭଳି ହ୍ରାସ ଜନତାଙ୍କୁ ଉପହାସ ସଦୃଶ ହୋଇଛି।

ବୁଧବାର ଦିନ ସକାଳୁ ପେଟ୍ରୋଲ ଓ ଡିଜେଲ ଦର ୬୦ ପଇସା କମିଲା ବୋଲି ଘୋଷଣା କରିଥିଲା ଆଇଓସିଏଲ। ହେଲେ ଅଳ୍ପ କିଛି ସମୟ ମଧ୍ୟରେ ଏହି ହ୍ରାସକୁ ବୈଷୟିକ ତ୍ରୃଟି ଦର୍ଶାଇ ୬୦ପଇସାକୁ ୧ପଇସାରେ ପରିବର୍ତ୍ତିତ କରାଯାଇଥିଲା।

କର୍ଣ୍ଣାଟକ ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିଥିଲା। ରାଜ୍ୟରେ ପେଟ୍ରୋଲ ଦର ୭୭ ଟଙ୍କା ପାର କରିଥିବାବେଳେ ଡିଜେଲ ୭୦ ଟଙ୍କା ଟପିଥିଲା। ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ପହଞ୍ଚିଥିଲା। ସରକାର ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ବୁଧବାର ମାତ୍ର ୧ପଇସା କମିବା ସମୁଦ୍ରକୁ ଶଙ୍ଖେ ପରି ହୋଇଛି।

ପେଟ୍ରୋଲ ଦର ୧ପଇସା ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୭୮.୪୨ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୮୬.୨୩ଟଙ୍କା ପହଞ୍ଚିଛି। ସେହିପରି ଡିଜେଲ ମୂଲ୍ୟ ଦିଲ୍ଲୀରେ ୬୯.୩୦ଟଙ୍କା ପହଞ୍ଚି ଥିବାବେଳେ ମୁମ୍ବାଇରେ ୭୩.୭୮ଟଙ୍କା ହୋଇଛି।

Comment