ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ନିଜ ନିର୍ବାଚନମଣ୍ଡଳୀକୁ ଅଧିକ ସମୟ ଦେବା ପାଇଁ ପ୍ରକାଶ ଏହି ପଦବୀ ଛାଡ଼ିଥିବା କହିଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ପ୍ରକାଶ ଏବେ ସାଲେପୁର ବିଧାୟକ ଅଛନ୍ତି। ୨୦୧୪ରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ୨୦୧୪ରେ କଟକ ଜିଲ୍ଲାରେ କେବଳ ସାଲେପୁରରେ ହିଁ କଂଗ୍ରେସ ସଫଳତା ପାଇଥିଲା। ଦୀର୍ଘ ଦିନ ହେଲା ପ୍ରକାଶ ଜିଲ୍ଲା କଂଗ୍ରେସ କମିଟିର ସଭାପତି ରହିଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଙ୍ଗଠନ ମଜଭୁତ ପାଇଁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଅଞ୍ଚଳ ଗସ୍ତ କରି ଘର ସଜାଡ଼ୁଛନ୍ତି। ରଜ ପୂର୍ବରୁ ପିସିସି ଟିମ୍ ଗଠନ କରିବା ପାଇଁ ନିରଞ୍ଜନ ଲାଗିପଡ଼ିଛନ୍ତି। ନିରଞ୍ଜନ ସଭାପତି ହେବାର ମାତ୍ର ଦିନ କେଇଟା ଭିତରେ କଟକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ସଭାପତି ଇସ୍ତଫା ଦେବା ଘଟଣା କଂଗ୍ରେସକୁ ଝଟକା ଦେଇଛି।

Comment