ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ଓ +୨ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ମାଟ୍ରିକ, +୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱରରେ ଆୟୋଜିତ ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ଏକ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି।
“ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲକ୍ଷ୍ୟ ନେଇ ସିସିଟିଭି ବ୍ୟବସ୍ଥା କରାଯିବ”, ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।