ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ପତ୍ତି ପାଇଁ ପୁଅ ସାଜିଲା ସଇତାନ। ନିଜ ଜନ୍ମକଲା ମା’କୁ ଛାତରୁ ଠେଲି ଦେଲା ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଚିନ୍ତାମଣିସ୍ବର ଅଞ୍ଚଳରେ। ଘରେ ସମ୍ପତ୍ତି ପାଇଁ ଝଗଡ଼ା ଲାଗିବାରୁ ଉତ୍‌କ୍ଷିପ୍ତ ଦୁଇ ପୁଅ ନିଜ ସ୍ତ୍ରୀଙ୍କ ସହ ମିଶି ମା’ ମଞ୍ଜୁଲତା ମହାନ୍ତିଙ୍କୁ ଛାତରୁ ଠେଲିଦେଇଥିଲେ। ମଞ୍ଜୁଲତାଙ୍କୁ ଗୁରୁତର ଅବସ୍ଥାରେ ସାନ ପୁଅ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୂର୍ବରୁ ପୁଅ କପିଳାପ୍ରସାଦ ମହାନ୍ତି ନିଜ ବଡ଼ଭାଇ ସହ ମିଶି ନିଜ ମା’ଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହ ମାରପିଟ୍ ମଧ୍ୟ କରିଥାନ୍ତି ବୋଲି ଜଣାପଡ଼ିଛି।

“ରବିବାର ଦିନ ସମ୍ପତ୍ତି ଲୋଭରେ ମୋ ଦୁଇ ପୁଅ ଓ ବୋହୂ ମିଶି ମୋତେ ଛାତରୁ ଠେଲିଦେଲେ। ଦୋଷୀ ପୁଅକୁ ଦଣ୍ଡ ଦିଆଯାଉ”, କହିଛନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମଞ୍ଜୁଲତା।

Comment