ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍‍ଲାଇନରେ ମେସେଞ୍ଜିଂ ସର୍ଭିସରେ ‘ଗଡ୍‌ ଫାଦର’ କୁହାଯାଉଥିବା ୟାହୁ ମେସେଞ୍ଜର ଜୁଲାଇ ୧୭ରେ ବନ୍ଦ ହେବାକୁ ଯାଉଛି।

ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି ୟାହୁ ମେସେଞ୍ଜର। ଜୁଲାଇ ୧୭ ପରେ ୟାହୁ ମେସେଞ୍ଜର ଉପଭୋକ୍ତା ଆଉ ଏହାର ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ୬ମାସ ପୂର୍ବେ ୟାହୁ ତା’ର ଉପଭୋକ୍ତାଙ୍କୁ ସୂଚନା ଦେଇଛି। ମୂଲ୍ୟବାନ ଚାଟକୁ ଅନ୍ୟତ୍ର ସେଭ କରିନେବାକୁ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି।

ୟାହୁର ସମସ୍ତ ୟୁଜରଙ୍କୁ ମେସେଞ୍ଜିଂ ସ୍ପାରେଲକୁ ସିଫ୍ଟ କରାଯିବ। ଗୁଗୁଲ ପ୍ଲେ-ଷ୍ଟାରରେ ୟାହୁ ମେସେଞ୍ଜର ଡାଉନଲୋଡକାରୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ। କମ୍ପାନୀ କିଛି ନୂଆ ଫିଚର ସହ ସ୍ପାରେଲ ଆପ୍ ଲଞ୍ଚ୍ କରିବ ବୋଲି ଆଶ୍ୱାସନା ଦେଇଛି। ଯାହାକୁ ବ୍ୟବହାରକାରୀମାନେ ପସନ୍ଦ କରିବେ।

ବର୍ତ୍ତମାନ ସ୍ପାରେଲ ଆପ୍ ବିଟା ଭର୍ସନରେ ଉପଲବ୍ଧ ହେବ। ୧୭ ଜୁଲାଇ ପରେ ୟାହୁ ଆପ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ପରେ ୟୁଜରଙ୍କ ପାଇଁ ସ୍ପାରେଲ ଆଫ ଲଞ୍ଚ୍ କରାଯିବ।

୧୯୯୮ମସିହାରେ ୟାହୁ ମେସେଞ୍ଜର ଚାଟ୍ ଆପ୍ ଲଞ୍ଚ କରାଯାଇଥିଲା। ଭାରତରେ ଏହା ବେଶ୍ ଲୋକପ୍ରିୟତା ହାସଲ କରିଥିଲା। କିନ୍ତୁ ଗୁଗୁଲ ଟକ୍, ଫେସବୁକ୍ ଓ ହ୍ୱାଟ୍ସଆପ୍ ଧିରେ ଧରେ ଲୋକପ୍ରିୟତା ପାଇବା ପରେ ୟାହୁ ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ପାଇଲା। ସେଥିପାଇଁ କମ୍ପାନି ସବୁଦିନ ପାଇଁ ୟାହୁ ମେସଞ୍ଜରକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here