ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାର ଦିନକ ପରେ ହଠାତ୍‌ ଦାନର ପରିମାଣ ନିୟମିତ ହୁଣ୍ଡି ଆୟର ୩ ଗୁଣା ବଢ଼ିଛି।

ଶ୍ରୀମନ୍ଦିର ହୁଣ୍ଡିରୁ ରବିବାର ୧୦ଲକ୍ଷ ୪୭ହଜାର ୫୦୧ଟଙ୍କା ଆୟ ହୋଇଛି। ନିକଟ ଅତୀତରେ ଏହି ହୁଣ୍ଡିରୁ ଏତେ ପରିମାଣର ଟଙ୍କା ବାହାରି ନଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟ ଗତ ୮ ତାରିଖ ଦିନ ଶ୍ରୀମନ୍ଦିରରେ ଦାନ ଅର୍ଥ ସେବାୟତ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଏ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିଲା। ଏହାର ପ୍ରଭାବ ଦେଖିବାକୁ ମିଳିଛି।

ସୁପ୍ରିମକୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବାର ଦିନକ ପରେ ହଠାତ୍‌ ଦାନର ପରିମାଣ ନିୟମିତ ହୁଣ୍ଡି ଆୟର ୩ ଗୁଣା ବଢ଼ିଛି। ରବିବାରଦିନ ହୁଣ୍ଡିରୁ ୧୦ଲକ୍ଷ ୪୭ ହଜାର ୫୦୧ ଟଙ୍କା ଆୟ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଏହାକୁ ହୁଣ୍ଡିର ସର୍ବାଧିକ ଆୟ ବୋଲି କୁହାଯାଉଛି।

ରବିବାରଦିନ ହୁଣ୍ଡିରୁ ୧୧ ଗ୍ରାମ ୮୪୦ ମିଲିଗ୍ରାମ ସୁନା ଓ ୯୨ ଗ୍ରାମ ରୁପା ମିଳିଛି। ଗୋଟିଏ ଦିନରେ ହଠାତ୍‌ ହୁଣ୍ଡିରୁ ଆୟ ୧୦ଲକ୍ଷ ଟଙ୍କା ଅତିକ୍ରମ କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରଭାବ ବୋଲି ଚର୍ଚ୍ଚା ହେଉଛି।

Comment