ଓଡ଼ିଶାଲାଇଭ୍ ବ୍ୟୁରୋ
“ଜିତିବାର ସମ୍ଭାବନା ଥିବା ନେତାଙ୍କୁ ୨୦୧୯ରେ ଟିକେଟ ଦିଆଯିବ। ଯୁବକ, ମହିଳା ଏବଂ ନୂଆ ମହଁକୁ ଅଗ୍ରାଧିକାର ଦିଆଯିବ। ଦଳରେ ଯିଏ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
କଂଗ୍ରେସର ୱାନ ମ୍ୟାନ ୱାନ ପୋଷ୍ଟକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ମୁହଁ ଖୋଲି ନିରଞ୍ଜନ ଏହି ମନ୍ତବ୍ୟ ଦେଇଛନ୍ତି।
ନିରଞ୍ଜନ କହିଛନ୍ତି, “ଏକ ସମୟରେ ଜଣେ ବ୍ୟକ୍ତି ଦୁଇଟି ପଦ, ପଦବୀରେ ରହିପାରିବେ ନାହିଁ। ତେବେ ଯାହାର ବିଜୟ ସମ୍ଭାବନା ଥିବା ସେହି ବ୍ୟକ୍ତିଙ୍କୁ ଟିକେଟ ଦିଆଯିବ।”
କଂଗ୍ରେସର ୱାନ ମ୍ୟାନ ୱାନ ପୋଷ୍ଟକୁ ନେଇ ବିବାଦ ଲାଗି ରହିଥିଲା। ବିବାଦ ଭିନ୍ନ ମୋଡ଼ ନେଉଥିବା ବେଳେ ନିରଞ୍ଜନ ସ୍ପଷ୍ଟୀକରଣ ଦେଇଛନ୍ତି।
ୱାନ ମ୍ୟାନ ୱାନ ପୋଷ୍ଟ ନୀତିକୁ ବିରୋଧ କରିଥିଲେ ବରିଷ୍ଠ ନେତା ସୁର ରାଉତରାୟ। ସେ ଏହି ନୀତିକୁ ମାନିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ୨୦୯ରେ ସେ ବିଧାୟକ ଲଢ଼ିବାକୁ ଚାହୁଁଥିବା କହିଥିଲେ।
ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ନିରଞ୍ଜନ ମତ ରଖିଛନ୍ତି। ସେ କହିଛନ୍ତି ଯେ ଦଳରେ ଅସନ୍ତୋଷ ରହିବା ସ୍ୱାଭାବିକ କଥା। କାରଣ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବ ନାହିଁ। ତେବେ ଅସନ୍ତୋଷ ଦୂର ପାଇଁ ଖୁବ୍ ଶୀଘ୍ର ପରିବର୍ଦ୍ଧିତ ଜିଲ୍ଲା କମିଟି ଘୋଷଣା କରାଯିବ।


















