ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବଡ଼ ଧରଣର ବ୍ୟାଙ୍କ ଡକାୟତି
  • ବନ୍ଧୁକ ଦେଖାଇ ୪୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
  • ସିସିଟିଭି ହାର୍ଡଡିସ୍କ ନେଇ ଫେରାର
  • ପୋଲିସର ତନାଘନା

ରାଉରକେଲାରେ ବଡ଼ ଧରଣର ବ୍ୟାଙ୍କ ଡକାୟତି ଘଟିଛି। ବ୍ୟାଙ୍କ ଖୋଲୁଖୋଲୁ ୮ ଜଣ ଦୁର୍ବୃତ୍ତ ୪୨ ଲକ୍ଷ ଟଙ୍କା ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି। ଟଙ୍କା ଲୁଟିବା ବେଳେ ବ୍ୟାଙ୍କ କର୍ମଚାରୀ ଏବଂ ମ୍ୟାନେଜରଙ୍କୁ ଲୁଟେରାମାନେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି।

ସକାଳ ୯ଟା୪୫। ରାଉରକେଲା ମଧୁସୂଦନ ମାର୍ଗସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଖୋଲୁଥିଲା। ବ୍ୟାଙ୍କ କର୍ମଚାରୀମାନେ ଅଫିସକୁ ଆସୁଥିଲେ। ଏହି ସମୟରେ ୩ ଜଣ ଡକାୟତ ମୁଣ୍ଡରେ ହେଲମେଟ ପିନ୍ଧି ହାତରେ ବନ୍ଧକୁ ଧରି ବ୍ୟାଙ୍କ ଭିତରକୁ ପଶିଥିଲେ। ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଭୟଭୀତ କରି ଲକର୍ ଚାବି ନେଇଯାଇଥିଲେ।

ଲକର୍‌ ଖୋଲି ୪୨ ଲକ୍ଷ ଟଙ୍କା ନେଇଯାଇଥିଲେ। ବ୍ୟାଙ୍କକୁ ଗ୍ରାହକମାନେ ଆସି ଯିବାରୁ ବାହାରେ ଥିବା ଅନ୍ୟ ୫ ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶି ଗ୍ରାହକମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।

କର୍ମଚାରୀ ଏବଂ ଗ୍ରାହକଙ୍କୁ ଗୋଟିଏ ରୁମ୍‌ରେ ପୂରାଇ ବାହାରୁ ତାଲା ପକାଇ ଦେଇଥିଲେ। ପରେ ଡକାୟତମାନେ ସିସିଟିଭିର ହାର୍ଡ ଡିସ୍କ ଏବଂ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ।

ଖବରପାଇ ରାଉରକେଲା ଏସ୍‌ପି ଉମାଶଙ୍କର ଦାଶ, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଏବଂ ବରିଷ୍ଠ ପୋଲିସ ଅଧିକାରୀ ବ୍ୟାଙ୍କରେ ପହଞ୍ଚି ତନାଘନା କରିଛନ୍ତି। ଡକାୟତଙ୍କୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

Comment