ଓଡ଼ିଶାଲାଇଭ୍ ବ୍ୟୁରୋ

ଖେଳନା ବନ୍ଧୁକ ଦେଖାଇ ରାଜଧାନୀରେ ବ୍ୟାଙ୍କ୍ ଲୁଟିନେଲେ ଦୁର୍ବୁତ୍ତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଇନଫୋସିଟି ଥାନା ଅଧୀନସ୍ଥ କଳାରାହାଙ୍ଗ ଅଞ୍ଚଳରେ।

କୋଭିଡ୍ ସ୍ଥିତିରେ ଆଜି ବ୍ୟାଙ୍କରେ କେବଳ ୨ ମହିଳା କର୍ମଚାରୀ ଥିଲେ। ଏହାର ସୁଯୋଗ ନେଇ ଦୁଇ ଦୁର୍ବୁତ୍ତ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧି ବ୍ୟାଙ୍କ ଭିତରକୁ ପଶି ଆସିଥିଲେ। ଏହାପରେ କର୍ମଚାରୀମାନଙ୍କୁ ଖେଳନା ବନ୍ଧୁକ ଦେଖାଇ ସେମାନେ ବ୍ୟାଙ୍କରୁ ପାଖାପାଖି ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି।BGUଏହି ଖବର ପାଇଁ ଇନଫୋସିଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ବ୍ୟାଙ୍କର ସିସିଟିଭ୍ ଫୁଟେଜ୍ ଯାଞ୍ଚ କରିବା ସହିତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି। ତେବେ ମୁହଁରେ ମାସ୍କ ଓ ହେଲମେଟ ଥିବାରୁ ପୋଲିସକୁ ଚିହ୍ନଟ କରିବା ସାମାନ୍ୟ କଷ୍ଟକର ହୋଇଛି।

Comment