ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଜମି ଦୁର୍ନୀତି ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ଇଡି ଅଧିକାରୀ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି।

ବାରବାଟୀ ଜମି ଦୁର୍ନୀତିର ଖୋଳତାଡ଼ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ଇଡି ଜେରା କରିଛି। ୩ ଘଣ୍ଟା କାଳ ସଞ୍ଜିତଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା ଇଡି।

୩ ଘଣ୍ଟା ପରେ ସଞ୍ଜିତ ଇଡି ଅଫିସରୁ ବାହାରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ସଞ୍ଜିତ କହିଛନ୍ତି, “ଇନ୍‌କନ୍‌ ଆସୋସିଏଟସ୍‌ର ପାର୍ଟନର ରହିଥିଲି। ଏହି ସଂସ୍ଥା ବାରବାଟୀ ଜମି ଦୁର୍ନୀତିରେ ଛନ୍ଦି ହୋଇଯାଇଥିଲା। ଏଥିପାଇଁ ଇଡି ମୋତେ ହାଜର ହେବା ପାଇଁ ସମନ କରିଥିଲା। ଇଡି ଅଧିକାର ଜମି ଦୁର୍ନୀତି ବିଷୟରେ ମୋତେ ଯାହା ପଚାରିଲେ ମୁଁ ତାହା କହିଛି।”

ଜମି ଦୁର୍ନୀତି ବେଳେ ଓସିଏର ସମ୍ପାଦକ ଥିଲେ ଆଶୀର୍ବାଦ ବେହେରା। ସେତେବେଳେ ସେ ମଧ୍ୟ ବିବାଦୀୟ ହୋଇପଡ଼ିଥିଲେ। ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ପୂର୍ବରୁ ସିବିଆଇ ଅଧିକାରୀ ଜମି ଦୁର୍ନୀତି ସମ୍ପର୍କରେ ଆଶୀର୍ବାଦ ଏବଂ ତାଙ୍କ ପୁଅକୁ ପଚରାଉଚୁରା କରିଥିଲେ। ତାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା।

Comment