ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଥରେ ପାନାମା ପେପର୍ସକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଦୁଇବର୍ଷ ତଳେ ଭାରତ ସମେତ ବିଶ୍ୱର ବହୁ ଧନୀ ବ୍ୟକ୍ତି ଟିକସ ଛାଡ଼ ଦେଶଗୁଡ଼ିକରେ ସେମାନଙ୍କ କଳା ଧନ ଠୁଳ କରିଥିବା ଖବର ପାନାମା ଲ ଫାର୍ମ ମସାକ ଫ୍ରାନ୍ସକୋ ସଂସ୍ଥାର ଦସ୍ତାବେଜ ଦ୍ଵାରା ଲିକ୍ ହୋଇଥିଲା। ଯାହାକୁ ନେଇ ସାରା ବିଶ୍ୱରେ ହଡ଼କମ୍ପ ସୃଷ୍ଟି ହୋଇଥିଲା।

ପୁଣି ଥରେ ସେହି ସଂସ୍ଥାର କିଛି ଦସ୍ତାବିଜ ଇଣ୍ଟରନାସନାଲ ଗଣମାଧ୍ୟମର ହସ୍ତଗତ ହୋଇଛି। ଯାହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି।

ଇଣ୍ଟରନାସନାଲ୍ କନସୋର୍ଟିୟମ ଅଫ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍ ପକ୍ଷରୁ ଏଥର ୧୨ଲକ୍ଷରୁ ଊର୍ଦ୍ଧ୍ଵ ଦସ୍ତାବିଜ ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୧୨୦୦୦ ଦସ୍ତାବିଜ ଭାରତୀୟ ଧନୀ ବ୍ୟକ୍ତିଙ୍କ ସମ୍ପର୍କିତ ବୋଲି ସୂଚନା ମିଳିଛି। ପାନାମା ପେପର୍ସ ପ୍ରଥମେ ଜାପାନ ଖବରକାଗଜ ସ୍ୟୁଜ ଡୋୟେଚେ ଜେଇଟୁଙ୍ଗକୁ ମିଳିଥିଲା।

ଦୁଇ ବର୍ଷ ପୂର୍ବେ ପାନାମା ପେପର୍ସ ଦ୍ୱାରା ହୋଇଥିବା ଖୁଲାସାରେ ୫୦୦ଭାରତୀୟଙ୍କ ନାମରେ ସାମ୍ନାକୁ ଆସିଥିଲା। କେନ୍ଦ୍ର ସରକାର ପକ୍ଷରୁ ଏକ ମଲ୍ଟି ଏଜେଣ୍ଟ ଗ୍ରୁପ (ମ୍ୟାଗ୍)ର ଗଠନ କରି ୪୨୬ ଭାରତୀୟଙ୍କ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ତଦନ୍ତରେ ୧୦୦୦କୋଟି କଳାଧନର ସୁରାକ ମିଳିଥିଲା।

ନୂଆ ଦସ୍ତାବିଜରେ ଥିବା ପ୍ରମୁଖ ଭାରତୀୟଙ୍କ ନାଁ…

  • ଶିବ ବିକ୍ରମ ଖେମକା-ସନ ଗ୍ରୁପ୍ ପ୍ରମୁଖ ନନ୍ଦଲାଲ ଖେମକାଙ୍କ ପୁଅ
  • ଜାହାଙ୍ଗୀର ସୋରାବଜୀ-ପୂର୍ବତନ ଆଟର୍ଣ୍ଣି ସୋଲି ସୋରାବଜିଙ୍କ ପୁଅ
  • କେପି ସିଂହ-ଡିଏଲଏଫ ଗ୍ରୁପ୍‌ର ମୁଖ୍ୟ
  • ଅମିତାଭ ବଚ୍ଚନ-ବଲିଉଡ ଅଭିନେତା
  • ଅଜୟ ବିଜଲି-ପିଭିଆର ସିନେମା ମାଲିକ
  • କବୀନ ମିତ୍ତଲ-ହାଇକ ମ୍ୟାସେଞ୍ଜରର ମାଲିକ ତଥା ଟେଲିକମ ଦିଗଜ ସୁନୀଲ ମିତ୍ତଲଙ୍କ ଝିଅ
  • ଜଲଜ ଦାନୀ-ଏସିଆନ ପେଣ୍ଟ୍‍ସ କମ୍ପାନୀ ମାଲିକ ଅଶ୍ୱିନୀ ଦାନୀଙ୍କ ପୁଅ

Comment