ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ସାଧାରଣ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହେବ ତାର ହିସାବ ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠିରେ କୁହାଯାଇଛି।
ବୁଥ୍କୁ ପୋଲିଂ ପାର୍ଟିର ଯାତାୟତ ଓ ବୁଥ୍ ଖର୍ଚ୍ଚର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ନିର୍ବାଚନକୁ କିପରି ଶୃଙ୍ଖଳାର ସହ ପରିଚାଳନା କରାଯିବ ସେନେଇ ଆବଶ୍ୟକୀୟ ଭିତ୍ତିଭୂମି ବିଷୟରେ ସମସ୍ତ ତଥ୍ୟ ଜଣାଇବାକୁ ଚିଠିରେ କୁହାଯାଇଛି। ପ୍ରତି ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମ୍ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପୂର୍ବରୁ ଥିବା ଷ୍ଟ୍ରଙ୍ଗ ରୁମ୍ର ସ୍ଥିତି କେମିତି ଅଛି ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।
ଆଗାମୀ ନିର୍ବାଚନରେ ଭତଦାନ ଭିଭିପାଟ୍ ମେସିନରେ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି।

















