ଓଡ଼ିଶାଲାଇଭ୍ ବ୍ୟୁରୋ
ଯୋଗଗୁରୁ ତଥା ପତଞ୍ଜଳୀ କମ୍ପାନି ମାଲିକ ବାବା ରାମଦେବଙ୍କ ମୂର୍ତ୍ତି ଲଣ୍ଡନର ପ୍ରସିଦ୍ଧ ମେଡାମ୍ ତୁସାଦ୍ ସଂଗ୍ରହାଳୟ ସ୍ଥାନ ପାଇବ।
ହଲିଉଡ, ବଲିଉଡ, ରାଜନୈତିକ ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରଥମେ ଏକ ଯୋଗଗୁରୁର ମୂର୍ତ୍ତି ଲଣ୍ଡନର ମ୍ୟାଡାମ ତୁଷାଦରେ ସ୍ଥାନ ପାଇବାକୁ ଯାଉଛି।
ସ୍ୱାମୀ ବିବେକାନନ୍ଦଙ୍କ ପରେ ଏହା ପ୍ରଥମ ଭାରତୀୟ ସନ୍ଥର ପ୍ରତିମୂର୍ତ୍ତି ଯାହା ସଂଗ୍ରହାଳୟର ଶୋଭା ପାଇବ। ଏନେଇ ସ୍ପଷ୍ଟ କରିଛନ୍ତି ଖୋଦ୍ ରାମଦେବ ବାବା ଓ ତାଙ୍କର ମୁଖପାତ୍ର ଏସକେ ତିଜାରାୱାଲା।
ଗତ କିଛିଦିନ ପୂର୍ବରୁ ବାବା ରାମଦେବ ଲଣ୍ଡନ ଗସ୍ତ ସମୟରେ ମେଡାମ୍ ତୁସାଦ୍ ସଂଗ୍ରହାଳୟ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂର୍ତ୍ତି ନିକଟରେ ଯୋଗ ମୁଦ୍ରା କରୁଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ।
କିଛି ଦିନ ହେବ ବାବା ରାମଦେବ ଲଣ୍ଡନରେ ଥିବା ବେଳେ ବଙ୍କିଘମ ଷ୍ଟାଡିୟମରେ ଯୋଗ ଶିବିରର ଆୟୋଜନ କରାଯାଇଛି। ଏହି ସମୟରେ ମେଡମ ତୁସାଦ ସଂଗ୍ରାହଳୟରେ ବାବା ରାମଦେବ ୩ ଘଣ୍ଟା ସମୟ ଅତିବାହିତ କରିଥିବା ବେଳେ ତାଙ୍କ ହାତ, ଗୋଡ ଓ ମୁହଁର ମାପ ନିଆଯାଇଥିଲା। ତେବେ ଏହି ପୂରା କାର୍ଯ୍ୟରେ ପାଖାପାଖି ୬ମାସ ଲାଗିଯିବ ବୋଲି ଆଶଙ୍କା କରାଯାଉଛି।
ଏହି ସଂଗ୍ରହାଳୟରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କ୍ରିକେଟ ଖେଳାଳି ସଚିନ୍ ତେନ୍ଦୁଲକର ଆଦି ଲୋକପ୍ରିୟ ସେଲିବ୍ରିଟିଙ୍କର ମୂର୍ତ୍ତି ରହିଛି।











