ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇର ଘାଟକାପୋର ଅଞ୍ଚଳର ସର୍ବୋଦୟ ନଗରରେ ଗୁରୁବାର ଦ୍ୱିପ୍ରହରରେ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ୪ ଜଣ ଥିଲେ। ଏହି ୪ ଜଣଙ୍କର ପ୍ରାଣହାନି ଘଟିଛି। ଏହାସହ ଜଣେ ସାଧାରଣ ଲୋକଙ୍କର ପ୍ରାଣହାନି ଘଟିଛି।

୨ ଜଣ ସାଧାରଣ ଲୋକ ମଧ୍ୟ ଗୁରତର ଭାବେ ଆହତ ହୋଇଥିଲେ। ୨ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି।

ଚାଟାର୍ଡ ବିମାନରେ ଯେଉଁ ୪ ଜଣ ଥିଲେ ସେମାନଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ପାଇଲଟ ଏବଂ ୨ ଜଣ ଟେକ୍ନିସିଆନ। ବିମାନଟି ନିର୍ମାଣାଧିନ କୋଠା ଉପରେ ଖସିପଡ଼ିବା ପରେ ନିଆଁ ଲାଗିଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଥିଲେ।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଖବର ଆସିଥିଲା ଯେ ବିମାନଟି ଉତ୍ତରପ୍ରଦେଶ ସରକାରଙ୍କର। ହେଲେ ଉତ୍‌ରପ୍ରଦେଶ ସରକାର ଏହି ଖବରକୁ ଖଣ୍ଡନ କରିଥିଲେ। ୨୦୧୪ ପର୍ଯ୍ୟନ୍ତ ଏହି ବିମାନଟି ଉତ୍ତରପ୍ରଦେଶ ସରକାରଙ୍କ ପାଖରେ ରହିଥିଲା। କିନ୍ତୁ ଏହାକୁ ୨୦୧୪ରେ ବିକ୍ରି କରାଯାଇଥିଲା।

Comment