ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ନେଭେଲି ଲିଗନାଇଟ କର୍ପୋରେସନ(ଏନଏଲସି)ରେ ବୁଧବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହୁରି କେତେକ ଲୋକ ପ୍ଲାଣ୍ଟ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।

ଏହି ଦୁର୍ଘଟଣାର ତଦନ୍ତ ପାଇଁ କମ୍ପାନି ୬ ଜଣିଆ କମିଟି ଗଠନ କରିଥିବା ସୂଚନା ଦେଇଛି। ଗତ ୨ ମାସ ଭିତରେ ଏହି ପ୍ଲାଣ୍ଟରେ ଦୁଇ ଥର ଏଭଳି ଦୁର୍ଘଟଣା ଘଟିଲାଣି। ଏହା ପୂର୍ବରୁ ମେ’ ୭ରେ ,ହିଭଳି ଏକ ଅଘଟଣା ଘଟିଥିଲା। ଯେଉଁଥିରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

ଏହି ପ୍ଲାଣ୍ଟରୁ କୋଇଲାରୁ ବିଦ୍ୟୁତ ଉତ୍ପାଦନ କରାଯାଏ। ରିପୋର୍ଟ ଅନୁସାରେ ଏହି କମ୍ପାନି ଦିନକୁ ୩୯୪୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିଥାଏ।

Comment