ଓଡ଼ିଶାଲାଇଭ୍ ବ୍ୟୁରୋ 

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି।

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଖୁବ ଶିଘ୍ର ହୀରା ବ୍ୟବସାୟୀଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଗୁରୁବାର ଆଣ୍ଟିଲିଆରେ ତାଙ୍କର ନିର୍ବନ୍ଧ ହୋଇଯାଇଛି। ଏହି ନିର୍ବନ୍ଧ ପାର୍ଟିରେ ବଲିଉଡର ଅନେକ ନାମିଦାମୀ କଳାକାର ନଜର ଆସିଥିଲେ। ଅମ୍ବାନୀଙ୍କ ଝିଅ ଇଶା ଗୁଜୁରାଟୀ ପରମ୍ପରାରେ ଭାଇଭାଉଜଙ୍କୁ ଘରକୁ ପାଛୋଟି ଆଣିଥିଲେ।

ଏହି ନିର୍ବନ୍ଧ ପାର୍ଟିରେ ଆଲିୟା ଭଟ୍ଟ ଗୋଲାପି ରଙ୍ଗର ଏକ ଶାଢ଼ୀ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ। ଆଲିୟା ବହୁତ ଶିଘ୍ର ‘ଗଲି ବୟ’ ଚଳଚ୍ଚିତ୍ରରେ ରଣବୀରଙ୍କ ସହ ନଜର ଆସିବେ। ଆକାଶ ଅମ୍ବାନୀଙ୍କ ଛୋଟ ଭାଇ ଅନନ୍ତ ଅମ୍ବାନୀ ମଧ୍ୟ ଗୋଲାପି କୁର୍ତ୍ତା ପିନ୍ଧି ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।

ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ସଞ୍ଜୁ’ରେ ମୂଖ୍ୟ ଭୂମିକାରେ ଅଭିନୟ କରିଥିବା ରଣବୀର କପୁର ମଧ୍ୟ ଏହି ନିର୍ବନ୍ଧରେ ନଜର ଆସିଥିଲେ। ରଣବୀରଙ୍କ ସହ ଆୟାନ ମୁଖାର୍ଜୀ ନଜର ଆସିଥିଲେ।

କରଣ ଜୋହର ଗାଢ ଲାଲ ରଙ୍ଗର କୋର୍ଟ ପିନ୍ଧି ଥିବା ପାର୍ଟିରେ ଦେଖିବାକୁ ମିଳିଥିଲା।

ସଚିନ ତେନ୍ଦୁଲକର ନିଜ ପତ୍ନୀ ଅଞ୍ଜଳିଙ୍କ ସହ ଏହି ନିର୍ବନ୍ଧ ପାର୍ଟିରେ ଯୋଗଦେଇଥିଲେ। କ୍ରିକେଟର ଜାହିର ଖାନ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନଜର ଆସିଥିଲେ।

ବଲିଉଡ୍‌ ବିୟୁଟି ପ୍ରିୟଙ୍କା ଚୋପ୍ରା ଏନ୍‌ଗେଜ୍‌ମେଣ୍ଟ ପାର୍ଟିରେ ପହଞ୍ଚିଥିଲେ। ସାଙ୍ଗରେ ବୟଫ୍ରେଣ୍ଡ ନିକ୍‌ ଜୋନ୍‌ସ ମଧ୍ୟ ଥିଲେ।

ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ପ୍ରିୟଙ୍କା ଖୁବ୍‌ ସୁନ୍ଦର ଲାଗୁଥିଲେ। ପ୍ରିୟଙ୍କା ଏବଂ ନିକ୍‌ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ କ୍ଲୋଜ୍‌ ପୋଜ୍‌ ମଧ୍ୟ ଦେଇଥିଲେ।

ପ୍ରିୟଙ୍କା ଏବଂ ନିକ୍‌ ଗୋଟିଏ କାରରେ ଅମ୍ବାନୀ ହାଉସ୍‌ରେ ପହଞ୍ଚିଥିଲେ। ଉଭୟ ମିଡିଆ ସାମ୍ନାକୁ ଆସି ଅତି ପାଖାପାଖି ଠିଆ ହୋଇ ପୋଜ୍‌ ଦେଲେ।

ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କ ରିଲେସନ୍‌ସିପ୍‌ ଖବର ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରିୟଙ୍କା ନିକ୍‌ଙ୍କୁ ତାଙ୍କ ମାଆଙ୍କ ସହ ମଧ୍ୟ ଭେଟ କରାଇଛନ୍ତି। ନିକ୍‌ ପ୍ରିୟଙ୍କାଙ୍କ ପରିବାର ସହ ଡିନର୍‌ ଡେଟ୍‌ରେ ମଧ୍ୟ ଯାଇଥିଲେ।

Comment