ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ନିଜର ଲେଡି ଲଭ୍ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଜୀବନ ସାଥୀ କରିବେ ନାଗା ଚୈତନ୍ୟ। ଦୀର୍ଘ ଦିନର ଚର୍ଚ୍ଚା ପରେ ଗୁରୁବାର ଦିନ ନାଗା ଚୈତନ୍ୟ ଏବଂ ଶୋଭିତାଙ୍କର ନିର୍ବନ୍ଧ ସରିଛି।

ସାଉଥ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ ନାଗା ଚୈତନ୍ୟ। କିନ୍ତୁ ବେଶି ଦିନ ଏକାଠି ରହିପାରିନଥିଲେ ଏହି ସେଲିବ୍ରିଟି କପଲ। ପରେ ୨୦୨୧ ମସିହାରେ ସାମନ୍ଥାଙ୍କ ସହ ନାଗା ଚୈତନ୍ୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

୨୦୨୨ ମସିହାରେ ଅଭିନେତ୍ରୀ ତଥା ମଡେଲ ଶୋଭିତା ଧୁଲିପାଲାଙ୍କ ସହ ନାଗାଙ୍କ ସମ୍ପର୍କକୁ ନନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିଛି ମାସ ପରେ ଉଭୟ ନାଗା ଏବଂ ଶୋଭିତା ଧୁଲିପାଲାଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା।

ଗୁରୁବାର ଦିନ ଶୋଭିତା ଏବଂ ନାଗା ଚୈତନ୍ୟଙ୍କର ନିର୍ବନ୍ଧ ଶେଷ ହୋଇଥିବାବେଳେ ଖୁବ ଶୀଘ୍ର ଦୁହିଁଙ୍କର ବିବାହ ତାରିଖ ଘୋଷଣା କରାଯିବ।

Tags: #NagaChaitanya #SobhitaDhulipala #Engagement #SouthSupperstar #Entertainment

Comment