ଓଡ଼ିଶାଲାଇଭ୍ ବ୍ୟୁରୋ

୨୧ ସେପ୍ଟେମ୍ବରରେ ମୁକେଶ ଆମ୍ବାନିଙ୍କ ଝିଅ ଈଶା ଆମ୍ବାନିଙ୍କର ନିର୍ବନ୍ଧ ସରିଛି। ଏହି ଉତ୍ସବ ଇଟାଲୀରେ ୩ ଦିନ ଯାଏଁ ଚାଲିବ।

ନିକଟରେ ମୁକେଶ ଆମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କର ନିର୍ବନ୍ଧ ସରିଯାଇଛି। ତାଙ୍କ ନିର୍ବନ୍ଧ ପିରାମଲ ଗ୍ରୁପ୍‌ର ମାଲିକ ଅଜୟ ପିରାମଲଙ୍କର ପୁଅ ଆନନ୍ଦ ପିରାମଲଙ୍କ ସହ ହୋଇଛି। ଈଶା ଏବଂ ଆନନ୍ଦଙ୍କର ନିର୍ବନ୍ଧ ୨୧ ସେପ୍ଟେମ୍ବରକୁ ଇଟାଲୀସ୍ଥିତ ଲଗଜୁରି ଲେକ କୋମୋ ଭିଲାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବନ୍ଧରେ ଲେକ କୋମୋ ଭିଲାକୁ ସଂପୂର୍ଣ୍ଣ ଭାରତୀୟ ବିବାହ ଥିମରେ ସଜା ଯାଇଛି। ଚଳିତ ବର୍ଷର ଏହି ବିଶେଷ ସମାରୋହରେ ବଲିଉଡଠାରୁ ଆରମ୍ଭ କରି ହଲିଉଡର କଳାକାର ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଛନ୍ତି। ୨୧ ସେପ୍ଟେମ୍ବର ଠାରୁ ଆରମ୍ଭ କରି ୨୩ ସେପ୍ଟେମ୍ବର ଯାଏଁ ଏହି ସମାରୋହ ଚାଲିବ। ଏହାବ୍ୟତୀତ ଏଠାରେ ନୃତ୍ୟ ଏବଂ ରାତ୍ରଭୋଜନର ମଧ୍ୟ ଆୟୋଜନ କରାଯାଇଛି। ଲେକ କୋମୋ ଭିଲାକୁ ହଲିଉଡ କଳାକାରମାନେ ଖୁବ୍ କରନ୍ତି।

ଏହି ସମାରୋହରେ ଅମ୍ବାନି ପରିବାରଙ୍କର ଅତି ନିକଟର ବନ୍ଧୁମାନେ ମଧ୍ୟ ଯୋଗ ଦେଇଛନ୍ତି। ଇଟାଲୀରେ ନିର୍ବନ୍ଧ ସାରିବାପରେ ଈଶା ଅମ୍ବାନି ଏବଂ ଆନନ୍ଦ ପିରାମଲଙ୍କର ବିବାହ ପୂର୍ବରୁ ଉଦୟପୁରରେ ଏକ ସମାରୋହର ଆୟୋଜନ କରିବାର ଯୋଜନା ରହିଛି।

ଉଦୟପୁରରେ ଅନୁଷ୍ଠିତ ହେବାକୁ ଥିବା ସମାରୋହ ପାଇଁ ଅମ୍ବାନି ପରିବାର ଏବଂ ପିରାମଳ ପରିବାର ଅତିଥିଙ୍କ ଲାଗି ହୋଟେଲ ସ୍ଥିର କରୁଛନ୍ତି। ଏହି ସମାରୋହ ନଭେମ୍ବର ମାସର ଶେଷ ସପ୍ତାହରେ ହୋଇପାରେ। ଏହାଛଡ଼ା ମୁକେଶ ଆମ୍ବାନିଙ୍କର ପୁଅ ଆକାଶ ଆମ୍ବାନିଙ୍କ ବିବାହ ପୂର୍ବରୁ ଈଶାଙ୍କ ବିବାହ ହେବ। ୧୨ ଡିସେମ୍ବରକୁ ମୁମ୍ବାଇରେ ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି।

Comment