ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଦିନ ଅନନ୍ତ ଅମ୍ବାନୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଅନନ୍ତ ଅମ୍ବାନୀ ମୁମ୍ବାଇ ଫେରିଯିବେ।

ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଅନନ୍ତ ଅମ୍ବାନୀଙ୍କୁ ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଥିଲା। ନିକଟରେ ଅନନ୍ତଙ୍କର ନିର୍ବନ୍ଧ ସରିଥିବାବେଳେ ବିବାହ ପୂର୍ବରୁ ଦେଶର ବିଭିନ୍ନ ମନ୍ଦିରକୁ ଯାଇ ଆଶୀର୍ବାଦ ନେଉଛନ୍ତି। ସୋମବାର ଦିନ ସେ ଗୌହାଟୀର କାମାକ୍ଷା ଦେବୀଙ୍କ ଦର୍ଶନ କରିଥିଲେ।

ପୂର୍ବରୁ ମଧ୍ୟ ଅମ୍ବାନୀ ପରିବାରର ବିବାହ ଉତ୍ସବ ପାଇଁ ପୁରୀ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ସରିଛି। ମୁମ୍ବାଇଠାରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି।

Tags: #AnantAmbani #Puri #Engagement #ShreeJagannath #Odisha

Comment