ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୮ଟି ଦଳ। ସେହି ୮ଟି ଦଳ ହେଉଛନ୍ତି ଉରୁଗୁଏ, ଫ୍ରାନ୍ସ, ବ୍ରାଜିଲ, ବେଲଜିୟମ, ସ୍ୱିଡେନ, ଇଂଲଣ୍ଡ, ଋଷିଆ ଓ କ୍ରୋଏସିଆ।
ପ୍ରଥମ କ୍ୱାର୍ଟର ଫାଇନାଲ (ଉରୁଗୁଏ ଓ ଫ୍ରାନ୍ସ)
ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଉରୁଗୁଏ। ପ୍ରିକ୍ୱାର୍ଟରରେ ଅନ୍ୟତମ ଟାଇଟଲ ଦାବିଦାର ତଥା ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କରି ବିଦାୟର ରାସ୍ତା ଦେଖିାଇଥିଲା ଫ୍ରାନ୍ସ। ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହ ଲିଗରେ ଅପରାଜେୟ ରହିଥିବା ଫ୍ରାନ୍ସ ଟାଇଟଲ ବିଜୟର ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି।
ଚଳିତ ଫିଫା ବିଶ୍ୱକପରେ ଉରୁଗୁଏ ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ଲିଗ ପର୍ଯ୍ୟାୟରେ ୩ଟିଯାକ ବିଜୟ ସହ ଅପରାଜେୟ ରହିଥିବା ଉରୁଗୁଏ ଫ୍ରାନ୍ସକୁ ହରାଇ କ୍ୱାର୍ଟର ଫାଇନାଲ ପ୍ରବେଶ କରିଛି।
ଦ୍ୱିତୀୟ କ୍ୱାର୍ଟର ଫାଇନାଲ (ବ୍ରାଜିଲ ଓ ବେଲଜିୟମ)
ଏଥର ଟାଇଟଲ ବିଜୟର ମୁଖ୍ୟ ଦାବିଦାର ବ୍ରାଜିଲ ଓ ବେଲଜିୟମ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଖେଳାଯିବ। ମେକ୍ସିକୋକୁ ହରାଇ କ୍ୱାର୍ଟରକୁ ଆସିଛି ବ୍ରାଜିଲ। ୫ ଥରର ବିଶ୍ୱ ଚାମ୍ପିଆନ ବ୍ରାଜିଲ ବେଲଜିୟମକୁ କଡ୍ଡା ଟକ୍କର ଦେବ।
ସେପଟେ ବ୍ରାଜିଲକୁ ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ବେଲଜିୟମ। ଲିଗ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚ ଜିତିଥିବା ବେଲଜିୟମ ବ୍ରାଜିଲକୁ ମାତ ଦେଲେ ୩୨ବର୍ଷ ପରେ ସେମିଫାଇନାଲ ଖେଳିବାକୁ ସୁଯୋଗ ପାଇବ।
ତୃତୀୟ କ୍ୱାର୍ଟର ଫାଇନାଲ (ସ୍ୱିଡେନ ଏବଂ ଇଂଲଣ୍ଡ)
ସ୍ୱିଡେନ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ୱାର୍ଟର ଫାଇନାଲ ଖେଳାଯିବ। ଶେଷ ପ୍ରିକ୍ୱାର୍ଟର ମ୍ୟାଚ୍ରେ ସ୍ୱିଡେନ ସୁଇଜରଲ୍ୟାଣ୍ଡକୁ ହରାଇ କ୍ୱାର୍ଟରେ ପ୍ରବେଶ କରିଥିବବେଳେ ଇଂଲଣ୍ଡ କଲମ୍ବିଆକୁ ପରାସ୍ତ କରି କ୍ୱାର୍ଟରରେ ସ୍ଥାନ ପକ୍କା କରିଛି।
ଚତୁର୍ଥ କ୍ୱାର୍ଟର ଫାଇନାଲରେ
ଆୟୋଜକ ଋଷିଆ ସହ କ୍ରୋଏସିଆର ମଧ୍ୟରେ ଖେଳାଯିବ ଚତୁର୍ଥ କ୍ୱାର୍ଟର ଫାଇନାଲ। ଘରୋଇ ପରିବେଶର ବେଶ ଫାଇଦା ଉଠାଇ ଏହି ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଋଷିଆ। ଲିଗ ପର୍ଯ୍ୟାୟରେ ୨ଟି ବିଜୟ ଏବଂ ଗୋଟିଏ ପରାଜୟ ଦେଖିଥିବା ଋଷ ନିଜ ମାଟିରେ ବିଶ୍ୱକପ ଜିତିବାକୁ ଚେଷ୍ଟା କରିବ।
ଋଷକୁ ଚ୍ୟାଲେଞ୍ଜ ଦେବାକୁ ମଧ୍ୟ ପ୍ରସ୍ତୁତ ଲିଗ ମ୍ୟାଚରେ ଅନ୍ୟତମ ଅପରାଜିତ ଟିମ କ୍ରୋଏସିଆ। ଆର୍ଜେଣ୍ଟିନା ଭଳି ଦଳକୁ ବଡ ବ୍ୟବଧାନରେ ହରାଇ ମନୋବଳ ଦୃଢ କରିଛି କ୍ରୋଏସିଆ। ଘରୋଇ ଦଳକୁ ମାତ୍ ଦେବା ପାଇଁ କସରତ କରୁଛି କ୍ରୋଏସିଆ।










