ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ରେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ଫିଲ୍ମ ‘ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ  ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର।୨୦୧୬ରେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ଫିଲ୍ମ ‘ଏମ୍‌ଏସ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମରେ ପୁଣିଥରେ ସୁଶାନ୍ତ ସିଂହ ରାଜପୁତ ଧୋନିଙ୍କ ଭୂମିକାରେ ନଜର ଆସିବେ।

ବ୍ୟାଟିଂ, ବୋଲିଂ, କିପିଂ ଓ କ୍ୟାପ୍ଟେନ୍ସିପ୍ ସବୁଥିରେ ଧୋନି ବେଶ୍ ପାରଙ୍ଗମ। ତେବେ ଏହି ଖେଳାଳିଙ୍କ ଜୀବନରେ ଘଟିଯାଇଛି ଅନେକ କିଛି ଘଟଣା। ଯାହାକୁ ଆଧାର କରି ତିଆରି ହୋଇଥିଲା ଫିଲ୍ମ ‘ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀ’।

ଫିଲ୍ମରେ ଧୋନି ଚରିତ୍ରରେ ଅଭିନୟ କରିଥିଲେ ସୁଶାନ୍ତ ସିଂ ରାଜପୁତ ଓ ଧୋନିଙ୍କ ପ୍ରେମିକା ପ୍ରିୟଙ୍କା ଝାଙ୍କ ଭୂମିକାରେ ଅଭିନୟ କରିଥିଲେ ଦିଶା ପଟାନୀ। ଏହି ଫିଲ୍ମରେ ଧୋନିଙ୍କ ବ୍ୟକ୍ତିଗତ ଜୀବନର ସମସ୍ତ ଘଟଣା, ଦୁର୍ଘଟଣାକୁ ସହ ତାଙ୍କ ଗାର୍ଲଫ୍ରେଣ୍ଡ ପ୍ରିୟଙ୍କା ଝାଙ୍କ ବିଷୟରେ ଦର୍ଶାଯାଇଥିଲା। ଏହାପରେ ଧୋନିଙ୍କ ଲଭ୍ ଲାଇଫକୁ ନେଇ ଫ୍ୟାନଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଚର୍ଚ୍ଚା।

ଏଥର ସିକ୍ୱେଲ ଫିଲ୍ମରେ ଧୋନିଙ୍କ ୱାର୍ଲ୍ଡ କପ୍‌ ଚାମ୍ପିୟନ ହେବା ଓ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଅଧିକ ଦେଖିବାକୁ ମିଳିବ।

ଫିଲ୍ମରେ ଧୋନିଙ୍କ ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକରେ ଚେନ୍ନାଇ ସୁପର କିଙ୍ଗସର ଆରମ୍ଭରୁ ଜିତିବା ପର୍ଯ୍ୟନ୍ତର ଯାତ୍ରା ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ଫିଲ୍ମର ଦ୍ୱିତୀୟ ଭାଗରେ ୨୦୧୫ରେ ଭାରତୀୟ କ୍ରିକେଟ ଟିମ୍‌ ୱାର୍ଲଡକପ୍‌ ସେମି ଫାଇନାଲ ଯିବା ପର୍ଯ୍ୟନ୍ତ ସଂଘର୍ଷ ଦର୍ଶାଯିବ। ଫିଲ୍ମଟିକୁ ରୋନି ସ୍କରୁଭାଲା ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତା ବର୍ଷ ଏହି ଫିଲ୍ମଟି ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Comment